କନକ ବ୍ୟୁରୋ : ଗଞ୍ଜାମରେ ତିଆରି କରାଯିବ ଅତ୍ୟାଧୁନିକ କାର୍ଯ୍ୟଦକ୍ଷତା ବିଶିଷ୍ଟ ଡ୍ରୋନ୍ । ଏଥିପାଇଁ ଇନ୍ଭେଣ୍ଟ୍ ଗ୍ରିଡ୍ ଇଣ୍ଡିଆ ପକ୍ଷରୁ ୩୦୦ କୋଟି ଟଙ୍କା ନିବେଶରେ ଏକ ମଲ୍ଟି-ଡ୍ରୋନ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ । ମଙ୍ଗଳବାର ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷର ୧୪୪ତମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପ ସମେତ ୪ହଜାର ୧୧୧.୮୦ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ୨୩ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି ।
ଏହାଦ୍ବାରା ରାଜ୍ୟରେ ୧୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ବାଲେଶ୍ବର, ଭଦ୍ରକ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପନ କରାଯିବ । ଭଦ୍ରକରେ ନର୍ଦନଏକ୍ସପ୍ରେସ୍ ଇନ୍ଫ୍ରାଡେଭେଲପର୍ସ ପକ୍ଷରୁ ୩୩୯.୪୦ କୋଟି ଟଙ୍କା ନିବେଶରେ ଏକ ଜାହାଜ ନିର୍ମାଣ ଓ ମରାମତି କାରଖାନା ସ୍ଥାପନ କରାଯିବ ।
ଅଧିକ ପଢନ୍ତୁ : ଓଡ଼ିଶାରେ ପ୍ରଥମ, ହାତୀଙ୍କୁ ଜଗିବ ଥର୍ମାଲ ଡ୍ରୋନ୍ : ପ୍ରତିଟି ଗତିବିଧି ଉପରେ ନଜର ରଖିବାକୁ ବ୍ୟବସ୍ଥା
ଖୋର୍ଦ୍ଧାରେ ନିଫା ଲିମିଟେଡ୍ ୩୮୪ କୋଟି ଟଙ୍କା ନିବେଶରେ ଏକ ରେଳ ଉପକରଣ ନିର୍ମାଣ କାରଖାନା କରିବ । ଜେ ଜି ହୋସିଏରି ୧୦୦ କୋଟି ଟଙ୍କା ନିବେଶରେ ଏକ ପୋଷାକ କାରଖାନା ଓ ଆଲ୍ଭେଣ୍ଟା ଫାର୍ମା ୧୦୦ କୋଟି ଟଙ୍କା ନିବେଶରେ ଏକ ଔଷଧ କାରଖାନା ବସାଇବେ । ଖଣିଜ ଓ ଧାତବ କ୍ଷେତ୍ରରେ କଳିଙ୍ଗ ମେଟାଲିକ୍ସ ପକ୍ଷରୁ ସୁନ୍ଦରଗଡ଼ରେ ୬୦୦ କୋଟି ଟଙ୍କା ନିବେଶରେ ଏକ ଲୁହାପଥର ବିନିଫିକେସନ ପ୍ରକଳ୍ପ ସ୍ଥାପନ କରାଯିବ । ଶ୍ରୀରାମ ଆଇରନ ଆଣ୍ଡ୍ ଆଲୟଜ୍ ତରଫରୁ ଦେବଗଡ଼ରେ ୨୫୦ କୋଟି ଟଙ୍କା ନିବେଶରେ ଏକ ପେଲେଟ୍ କାରଖାନା ନିର୍ମାଣ କରାଯିବ ।
Follow Us