ଓଡ଼ିଶାରେ ପ୍ରଥମ, ହାତୀଙ୍କୁ ଜଗିବ ଥର୍ମାଲ ଡ୍ରୋନ୍‌ : ପ୍ରତିଟି ଗତିବିଧି ଉପରେ ନଜର ରଖିବାକୁ ବ୍ୟବସ୍ଥା

66

କନକ ବ୍ୟୁରୋ : ଏଣିକି ହାତୀଙ୍କୁ ଜଗିବ ଡ୍ରୋନ । ହାତୀର ପ୍ରତିଟି ଗତିବିଧି ଉପରେ ନଜର ରଖିବ ଡ୍ରୋନ୍ । ହାତୀ ମୃତ୍ୟୁର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଥିବା କେନ୍ଦୁଝର ଜିଲ୍ଲାରେ ଏହି ପ୍ରୟୋଗ କରାଯାଇଛି । ଓଡ଼ିଶାରେ ପ୍ରଥମଥର କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଗୁମୁରା ବିଟର ଚମକପୁରରେ ଏହାର ସଫଳ ବ୍ୟବହାର କରାଯାଇଛି । ଯାହା ପରେ ଏହି ଡ୍ରୋନକୁ ହାତୀ ଚଳପ୍ରଚଳ କରୁଥିବା ବମେବାରୀ, ବାଲିବନ୍ଧ ଏବଂ ପାଟଣା ରେଞ୍ଜ ଅଞ୍ଚଳରେ ହାତୀ, ବନ୍ୟଜନ୍ତୁ ଏବଂ ଶିକାରୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଏହାର ବ୍ୟବହାର କରାଯାଉଛି ।

ଏହି ଥର୍ମାଲ ଡ୍ରୋନ୍ ୧୦୦ ମିଟର ଉଚ୍ଚରେ ରହି ହାତୀଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେବ । ଡ୍ରୋନଟି ରାତ୍ରି ସମୟରେ ହାତୀ, ଜୀବଜନ୍ତୁଙ୍କ ଶରୀରର ତାପମାତ୍ରା ମଧ୍ୟ ଜଣାଇଦେବ । ଯାହାଦ୍ୱାରା ହାତୀପଲ ଓ ଅନ୍ୟ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଭାବେ ଜାଣିହେବ । କେନ୍ଦୁଝର ଜିଲ୍ଲାରେ ରେଳଲାଇନ, ବିଦ୍ୟୁତ ଲାଇନରେ ଦୁର୍ଘଟଣା ଘଟିବାରୁ ହାତୀ ମୃତ୍ୟୁ ସଂଖା ବଢ଼ିବାରେ ଲାଗିଛି । ଏହାସହ ଅନେକ ବନ୍ୟଜନ୍ତୁ ଶିକାରୀଙ୍କ ଶିକାର ହୋଇଛନ୍ତି । ତେଣୁ ଏହାକୁ କିପରି ରୋକାଯାଇପାରିବ, ଏ ଦିନରେ ଥର୍ମାଲ ଇନଫ୍ରା ରେଡ୍ ଡ୍ରୋନ୍ ଫଳପ୍ରଦ ହେବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚଡି ସୂଚନା ଦେଇଛନ୍ତି ।