elephant Photograph: (KanakNews)
କନକ ବ୍ୟୁରୋ: ନୀଳଗିରିରେ ପ୍ରବେଶ କରିଛନ୍ତି ୩୦ ଟିକିଆ ଝାଡ଼ଖଣ୍ଡୀ ହାତୀପଲ । ଯାହା ଚାଷୀଙ୍କ ନିଦ ହଜାଇ ସାରିଲାଣି । ପଲ ପଲ ହୋଇ ଆସୁଛନ୍ତି, କ୍ଷେତରେ ପଶୁଛନ୍ତି । ଯାହା ପାରୁଛନ୍ତି ନଷ୍ଟ କରୁଛନ୍ତି । ଚାଷୀ ପାଖରେ ନା ହାତୀ ସାମନାକୁ ଯାଇ ଲଢ଼େଇ କରିବାର ସାମର୍ଥ୍ୟ ଅଛି ନା ଫସଲକୁ ସୁରକ୍ଷା ଦେବାର କୌଣସି ଉପାୟ । ତଥାପି ନିଜ ଦାନାକୁ ବଞ୍ଚାଇବା ପାଇଁ ଜୀବନକୁ ପାଣି ଛଡ଼ାଇ ଶୀତ କାକରରେ ଫସଲକୁ ଦିନ ରାତି ଜଗି ବସୁଛି ଚାଷୀ । କେତବେଳେ କୁଳଡ଼ିହା ଚାଷୀ ଆଉ ଏବେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ । ଚଳିତବର୍ଷ ନୀଳଗିରିରେ ୧୦ ହଜାର ୨୪୦ ହେକ୍ଟର ଏବଂ ଔପଦା ବ୍ଲକରେ ୯ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଛି ।
ଅଧିକ ପଢନ୍ତୁ ; ବାଲେଶ୍ବର ଜିଲ୍ଲା ନୀଳଗିରିରେ ହାତୀ ଆତଙ୍କ : ଅମଳ ଧାନକୁ କରୁଛନ୍ତି ନଷ୍ଟ
ସେଥରୁ କୁଳଡିହା ରେଞ୍ଜରେ ହାତୀ ନଷ୍ଟ କରିଛନ୍ତି ୬୧.୯୧୪ ହେକ୍ଟର ଜମିର ଚାଷ । ୬ ଜଣଙ୍କ ଘର ଭାଙ୍ଗିଛି, ୭ ଜଣ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ନୀଳଗିରି ରେଞ୍ଜରେ ୧୦.୪୧୪ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ବନ ବିଭାଗ ପକ୍ଷରୁ ମିଳୁଥିବା କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ! ବୋଲି ଚାଷୀ ଅଭିଯୋଗ କରିଛନ୍ତି । ବର୍ଷ ତମାମ ପେଟକୁ ଗଣ୍ଡେ ଦାନ ପାଇଁ କ୍ଷେତରେ ସଂଘର୍ଷ କରୁଛି ଚାଷୀ । କେତବେଳେ ଚକଡ଼ା ପୋକ ତ’ ଆଉ କେତବେଳେ ଅଦିନିଆ ବର୍ଷା ପୁଣି କେତବେଳେ ହାତୀଙ୍କ ବିତ୍ପାତ ଚଷା ପୁଅ ପାଇଁ କାଳ ସାଜିଛି ।
Follow Us