କନକବ୍ୟୁରୋ : ବାଲେଶ୍ବର ନୀଳଗିରିରେ ହାତୀ ଆତଙ୍କ । ଗୋପାଳପୁର ଜଙ୍ଗଲରେ ୫୫ ଟିକିଆ ଝାଡଖଣ୍ଡୀ ହାତୀ ପଲ ଉପଦ୍ରବ କରୁଛନ୍ତି । ଅମଳ ସମୟ ହୋଇଥିବାରୁ ପାଚିଲା ଧାନଗୁଡିକୁ ଦଳିଚକଟି ନଷ୍ଟ କରୁଛନ୍ତି ହାତୀ । ଗୋଟିଏ ଦନ୍ତା ହାତୀ ଯାହାକୁ ପାଇଲଟ ବୋଲି କୁହାଯାଉଛି ସେ ହାତୀପଲଙ୍କ ଆଗରେ ଯାଇ ଖାଦ୍ୟ ଅନ୍ବେଷଣ କରେ। ପରେ ହାତୀ ପଲ ତାକୁ ଅନୁସରଣ କରିଥାନ୍ତି ।
ଅଧିକ ପଢନ୍ତୁ... ହାଡ଼ ଭଙ୍ଗା ଶୀତ ରାତିରେ ଧାନ ଖଳାରେ ଜଗି ବସିଛି ଚାଷୀ
ତିନି ଦିନ ହେବ ହାତୀ ଗୁଡିକ ଗୋପାଳପୁର,ସାତରାଣ୍ଡ,ହାତୀମୁଣ୍ଡା ଓ ନରଣପୁର ପାଗଡା ପଦା ଜଙ୍ଗଲ ଓ ଗାଁ ନିକଟ ବିଲରେ ପଇଁତରା ମାରୁଥିଲେ । ହେଲେ ଆଜି ପାଇଲଟ ହାତୀଟି ଚନ୍ଦ୍ରପୁର ବିଲରେ ଧାନ ଖାଉଥିବାର ଦେଖିବାକୁ ମିଳିଥିଲା ।
ଫଳରେ ଗରଡିହୀ ଓ ନରଣପୁର ପଞ୍ଚାୟତର ଲୋକ ଏବେ ଭୟଭୀତ ହୋଇଛନ୍ତି । ଯଦି ପାଇଲଟ ହାତୀ ସର୍ଭେରେ ଆସିଥାଏ ତେବେ ଖୁବଶୀଘ୍ର ହାତୀ ପଲ ଉକ୍ତ ଅଞ୍ଚଳରେ ପ୍ରବେଶ କରିବାର ସମ୍ଭାବନା ରହିଛି । ବନବିଭାଗର ଏକ ଟିମ୍ ହାତୀ ଗୁଡିକୁ ଜଙ୍ଗଲରେ ସୀମିତ ରଖିବା ପାଇଁ ସଜାଗ ରହିଛନ୍ତି । ସେପଟେ ଗତକାଲି ମୟୁରଭଂଜ ଜିଲ୍ଲା ରରୁଆଁ ଅଂଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା ।
ସୂଚନା ଅନୁଯାୟୀ ରରୁଆଁ ବ୍ଲକ୍ ଅର୍ନ୍ତଗତ ଅଙ୍ଗାରପଦା ଗ୍ରା.ପର ବାଉଁଶପାଳ ଗ୍ରାମର ଅଭିମନ୍ୟୁ ମହାନ୍ତଙ୍କ ସମେତ ବହୁ ଚାଷୀଙ୍କ ଧାନ ଫସଲ ସହିତ ବିଭିନ୍ନ ପନିପରିବା ଚାଷ ୩୦ ଟିକିଆ ହାତୀ ପଲ ଫସଲ ଖାଇବା ସହିତ ଦଳିଚକଟି ନଷ୍ଟ କରିଦେଇଛନ୍ତି ।
ତେବେ ବିଶେଷ କରି ଗ୍ରାମର ଅଭିମନ୍ୟୁଙ୍କର ଦେଢ ଏକର ଜମିରେ ମୂଳା, ମଟର ଛୁଇଁ,କୋଶଳା ଶାଗ ଚାଷ କରିଥିଲେ, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏନେଇ ବନବିଭାଗ କୁ ଖବର ଦେଇଥିଲେ ମଧ୍ୟ କେହି ଘଟଣାସ୍ଥଳକୁ ଯାଇ ତଦନ୍ତ କରିନଥିବା ଅଭିଯୋଗ ହୋଇଥିଲା ।
ଯଥାଶୀଘ୍ର ବାଉଁଶପାଳ ଗ୍ରାମକୁ ଯାଇ ଚାଷୀଙ୍କ ନଷ୍ଟ ଫସଲର ଆକଳନ କରିବା ସହିତ ତାଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯାଉ ବୋଲି ସାଧାରଣରେ ଦାବି ହେଉଛି । ହାତୀପଲ କେଉଁ ଅଂଚଳରେ ଅଛନ୍ତି ତାହା ଜଣାପଡି ନଥିବାବେଳେ ଚାଷୀମାନେ ଭୟଭୀତ ହୋଇ ରହିଛନ୍ତି । ତେବେ ହାତୀମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟର ଅଭାବ ଦେଖା ଦେଇଥିବାରୁ ସେମାନେ ଗାଁ ମୁହାଁ ହେଉଥିବା ଜଙ୍ଗଲ ବିଭାଗ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/elephant-2025-12-10-11-10-48.png)