କନକବ୍ୟୁରୋ : ବଙ୍ଗୋପସାଗରେ ବିପଦରେ ପଡ଼ିଛି କି ସାର୍କ (ତିମି) ମାଛ ଙ୍କ ପ୍ରଜାତି । ଆଜି ଗୋଟିଏ ଦିନରେ ମଝି ସମୁଦ୍ରରୁ ଦୁଇଟି ବିଶାଳ ସାର୍କଙ୍କ ମୃତଦେହ ମିଳିଛି।ବୁଧବାର ସକାଳେ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗୋପସାଗର ଦୀଘା ମୁହାଣରେ ଲାଗିଥିଲା ଏକ ବିଶାଳକାୟ ସାର୍କ। ଗତକାଲି କିଛି ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଟ୍ରଲର୍ ଯୋଗେ ଯାଇଥିବା ବେଳେ ୨ କୁଇଣ୍ଟାଲ ୧୦ କିଲୋ ଓଜନର ଏହି ମୃତ ସାର୍କଟି ଜାଲରେ ପଡ଼ିଥିଲା ।
ଅଧିକ ପଢନ୍ତୁ... ପୁଣି ଓଡ଼ିଶା ବିରୋଧରେ ବର୍ଷିଲେ ଟିଏମସି ସାଂସଦ ମହୁଆ ମୋଇତ୍ରା : କହିଲେ ବଙ୍ଗଳା କହିଲେ ଓଡ଼ିଶାରେ ରୋହିଙ୍ଗ୍ୟା କହି ଦିଆଯାଉଛି ନିର୍ଯାତନା
ସେମାନେ ମାଛଟିକୁ ଟାଣିଆଣି ଆଜି ସକାଳେ ମୁହାଣ ରେ ଲଗାଇଥିଲେ। ଏହାପରେ ମାଛଟିକୁ ବିକ୍ରି କରିବା ପାଇଁ ମୋହନା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଅଣାଯାଇଥିଲା। ଏଠାରେ ସାର୍କ ଦେଖିବା ପାଇଁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିଲା। କୋଲକାତାର ଏକ ଘରୋଇ କମ୍ପାନି ଲକ୍ଷାଧିକ ଟଙ୍କାରେ ଏହି ମାଛଟିକୁ କିଣି ନେଇଛି।
ସେହିପରି, ଭୋଗରାଇ ବ୍ଲକ୍ ତାଳସାରୀ ନିକଟରେ ମଧ୍ୟ ଆଜି ଏକ ବିରାଟ ସାର୍କ ଧରାପଡ଼ିଛି। କିଛି ମତ୍ସ୍ୟଜୀବୀ ମାଛ ମାରିବା ପାଇଁ ଭୁଟୁଭୁଟିରେ ମଝି ସମୁଦ୍ରକୁ ଯାଇଥିଲେ। ସେଠାରେ ସାର୍କର ମୃତଦେହ ଭାସୁଥିବା ଦେଖି ସେମାନେ ଏହାକୁ ତାଳସାରୀ ବେଳାଭୂମି ନିକଟକୁ ଟାଣି ଆଣିଥିଲେ ।
ତେବେ ଦୀଘାରେ ଧରାପଡ଼ିଥିବା ସାର୍କଠାରୁ ଏହି ସାର୍କଟି ପ୍ରାୟ ୩ ଗୁଣା ବଡ଼ ହୋଇଥିବାରୁ ସେମାନେ ଏହାକୁ ବେଳାଭୂମିରୁ ଆଗକୁ ଆଣିପାରି ନଥିଲେ । ଖବର ପାଇ ସନ୍ଧ୍ୟାରେ ଉଦୟପୁର ଫରେଷ୍ଟର ସଂଜୟ ମହାନ୍ତି ଓ ବନ ବିଭାଗ କର୍ମଚାରୀ ପହଞ୍ଚି ଏକ ଟ୍ରାକ୍ଟର ଯୋଗେ ସାର୍କଟିକୁ ଆଣିବାର ବ୍ୟବସ୍ଥା କରୁଛନ୍ତି । ଏହି ସାର୍କଟିର ଓଜନ ପ୍ରାୟ ୬ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ହେବ ବୋଲି ଫରେଷ୍ଟର ଶ୍ରୀ ମହାନ୍ତି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/04/macha-2025-12-04-09-39-50.jpg)