କନକ ବ୍ୟୁରୋ: ସେବା ଓ ସାହାସ ପାଇଁ  ପୁଲିସ ପଦକ । ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି  । ଲୋକସେବା ଭବନରେ ପୁଲିସ, ଅଗ୍ନିଶମ, କଏଦୀ ଓ କାରାଗାର ବିଭାଗର କର୍ମଚାରୀଙ୍କୁ ସମ୍ମାନୀତ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ବମପାଟି। ସାହସିକତା ପାଇଁ ରାଷ୍ଟ୍ରପତି ପଦକରେ ୯ ଜଣ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି । ଏଥି ସହ ବିଶିଷ୍ଟ ସେବା ପାଇଁ ୨ ଜଣ ପୋଲିସ ସମେତ ଜଣେ ଅଗ୍ନିଶମ ଓ ଜଣେ ଜେଲ କାରାଗାର ବିଭାଗର କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

Advertisment

ଅଧିକ ପଢନ୍ତୁ:  ଅଗଷ୍ଟ ୧୫ ପାଇଁ ପୁଲିସ ପଦକ ଘୋଷଣା : ମୋଟ ୪୨ ଜଣଙ୍କୁ ମିଳିବ ପୁଲିସ ପଦକ

ସେହିପରି ଉଲ୍ଲେଖନୀୟ ସେବା ରାଷ୍ଟ୍ରପତି ପଦକ ପାଇଁ ୧୧ଜଣ ପୋଲିସଙ୍କ ସହ ୨ଜଣ ଅଗ୍ନିଶମ କର୍ମଚାରୀ, ୩ଜଣ ହୋମଗାର୍ଡ, ୨ଜଣ ଜେଲ ଓ କାରାଗାର ବିଭାଗର କର୍ମଚାରୀଙ୍କୁ ସମ୍ମାନିତ କରଯାଇଛି‌ । ସେହିପରି ପ୍ରଶଂସନୀୟ ସେବା ପାଇଁ ରାଜ୍ୟପାଳ ପୋଲିସ ପଦକରେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ, ପୁରୀ ଏସ୍‌ପି ପ୍ରତୀକ ସିଂ ଓ ଅତିରିକ୍ତ ଏସପି ଭିଜିଲାନ୍ସ ଅନୁପମା ମହାପାତ୍ର ଭଳି ପ୍ରମୁଖ ଅଧିକାରୀଙ୍କୁ ସମ୍ମାନିତ କରଯାଇଛି । 
ସେବା ପାଇଁ ପୁଲିସ ପଦକ          
ସେବା ଓ ସାହାସ ପାଇଁ ପୁଲିସ ପଦକ
ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ 
ପୁଲିସ, ଅଗ୍ନିଶମ, କଏଦୀ ଓ କାରାଗାର ବିଭାଗର କର୍ମଚାରୀଙ୍କୁ ସମ୍ମାନ
ସମ୍ମାନିତ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି
ସାହସିକତା ପାଇଁ ରାଷ୍ଟ୍ରପତି ପଦକରେ ୯ ଜଣ ପୁଲିସ କର୍ମଚାରୀ ସମ୍ମାନିତ
ବିଶିଷ୍ଟ ସେବା ପାଇଁ ୨ ଜଣ ପୁଲିସ ସମେତ ଜଣେ ଅଗ୍ନିଶମ କର୍ମଚାରୀ ସମ୍ମାନିତ
ଜଣେ ଜେଲ କାରାଗାର ବିଭାଗର କର୍ମଚାରୀ ସମ୍ମାନିତ
ଉଲ୍ଲେଖନୀୟ ସେବା ରାଷ୍ଟ୍ରପତି ପଦକ ପାଇଁ ୧୧ଜଣ ପୁଲିସଙ୍କ ସହ ୨ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନ
୩ଜଣ ହୋମଗାର୍ଡ, ୨ଜଣ ଜେଲ ଓ କାରାଗାର ବିଭାଗର କର୍ମଚାରୀ ସମ୍ମାନିତ
ପ୍ରଶଂସନୀୟ ସେବା ପାଇଁ ରାଜ୍ୟପାଳ ପୁଲିସ ପଦକରେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ସମ୍ମାନିତ  
କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ, ପୁରୀ ଏସ୍‌ପି ପ୍ରତୀକ ସିଂ ସମ୍ମାନିତ  
ଅତିରିକ୍ତ ଏସପି ଭିଜିଲାନ୍ସ ଅନୁପମା ମହାପାତ୍ରଙ୍କୁ ସମ୍ମାନିତ