କନକ ବ୍ୟୁରୋ : ଅଗଷ୍ଟ ୧୫ ପାଇଁ ପୁଲିସ ପଦକ ଘୋଷଣା ହୋଇଛି। ମୋଟ ୪୨ ଜଣଙ୍କୁ ମିଳିବ ପୁଲିସ ପଦକ। ସାହସିକତା ପାଇଁ ୧୭ ଜଣଙ୍କୁ ମେଡାଲ ଦେବେ ରାଜ୍ୟ ସରକାର। ୩ ଆଇପିଏସଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଲଳିତ ଦାସ, ଦେବାଶିଷ ପାଣିଗ୍ରାହୀ, ମନୋଜ ଛାବ୍ରାଙ୍କୁ ମିଳିବ ରାଷ୍ଟ୍ରପତି ପଦକ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଜାନୁଆରୀ ୨୬ ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବ। ରେଲୱ ଆଇଜି ଭିନୟତୋଷ ମିଶ୍ର, କ୍ରାଇମ୍ ବ୍ରାଂଚ ଇନ୍ସପେକ୍ଟର ପ୍ରସନ୍ନ କୁମାର ଦାସ। ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପୁଲିସ ପଦକ। ସାହସିକତା ପାଇଁ ୧୬ ଜଣଙ୍କୁ ପୁରସ୍କାର ମିଳିବ।