କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଚଳିତବର୍ଷ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ବିଭାଗରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ପରେ ତୁରନ୍ତ ଖାତା ମୂଲ୍ୟାୟନ କରାଯିବ । ଜାନୁୟାରୀ ୧୫ ତାରିଖ ଭିତରେ ସାମସ ପୋର୍ଟାଲରେ ଅପଲୋଡ଼ ହେବ ପ୍ରାକ୍ଟିକାଲ ମାର୍କ ।
ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ସକାଳ ୧୦ଟାରୁ ଦିନ ୧ଟା ଏବଂ ଅପରାହ୍ନ ୨ଟା ରୁ ୫ଟା, ଦୁଇଟି ସିଟିଂରେ ହୋଇଛି ପ୍ରାକ୍ଟିକାଲ ପରୀକ୍ଷା । ଚଳିତବର୍ଷ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ବିଭାଗରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେଉଛନ୍ତି । ପ୍ରଥମଥର ପାଇଁ ସିସିଟିଭି ନଜରରେ ହୋଇଛି ପ୍ରାକ୍ଟିକାଲ ପରୀକ୍ଷା । ପରୀକ୍ଷା ଦିନ ହିଁ ଯୁକ୍ତ ଦୁଇ କଲେଜ କର୍ତ୍ତୃପକ୍ଷ ଖାତା ମୂଲ୍ୟାୟନ କରି ମାର୍କ ପ୍ରସ୍ତୁତ କରିବେ ।
ଅଧିକ ପଢ଼ନ୍ତୁ : ଏବର୍ଷ ଓଡ଼ିଶାରୁ ବାହାରିବେନି OAS! ଆଶାୟୀଙ୍କ ସ୍ବପ୍ନ ଭାଙ୍ଗିଦେଲା ଓପିଏସ୍ସି
ପରୀକ୍ଷା ସମେତ ଖାତା ମୂଲ୍ୟାୟନ, ଉତ୍ତରଖାତା ସଂଗ୍ରହ, ପରୀକ୍ଷକଙ୍କ ରିପୋର୍ଟ ପ୍ରମୁଖ ସବୁକିଛି ସିସିଟିଭି ନଜରରେ ରହିବ । ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ଲାଇଭ୍ ଷ୍ଟ୍ରିମିଂର ଭିଜୁଆଲ ଡିଭିଡି କରି ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ । ପ୍ରାକ୍ଟିକାଲ ପୂର୍ବରୁ ଡିସେମ୍ବର ୨୨ରୁ ୩୧ ଯାଏଁ ହୋଇଥିଲା ଇଣ୍ଟରନାଲ ପରୀକ୍ଷା । ଜାନୁଆରି ୧୫ ସୁଦ୍ଧା ଉଭୟ ଇଣ୍ଟରନାଲ ଏବଂ ପ୍ରାକ୍ଟିକାଲ ପରୀକ୍ଷା ମାର୍କ ସାମସ ପୋର୍ଟାଲରେ ଅପଲୋଡ୍ କରାଯିବ ।
ଜାନୁଆରି ୨ ରୁ ୧୫ ଯାଏଁ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା। ଆସନ୍ତା ଫେବ୍ରୁଆରି ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୧ ଯାଏଁ ଚାଲିବ । ଚଳିତବର୍ଷ ମୋଟ ୪ ଲକ୍ଷ ୭୩୭ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ପରୀକ୍ଷାକୁ କିଭଳି ତ୍ରୁଟିଶୂନ୍ୟ କରାଯିବ ତାହା ଉପରେ ଫୋକସ କରିଛି ବୋର୍ଡ । ପ୍ରଶ୍ନପତ୍ର ଯେପରି ଭାଇରାଲ ନ ହୁଏ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/02/plus-2-practical-examinations-2026-01-02-22-36-52.jpg)