ବୋଙ୍ଗାଓ ପୁଲିସ ଦ୍ବାରା ଠକେଇ, ଜାଲିଆତି ତଥା ବିଦେଶ ଆଇନ ଉଲ୍ଲଂଘନ ମାମଲାରେ ୨୦୧୨ ମସିହାରୁ ଦମ୍‌ଦମ୍‌ କେନ୍ଦ୍ରୀୟ ସୁଧାର ଗୃହରେ ବନ୍ଦଥିବା ପାକିସ୍ତାନୀ ନାଗରିକ ପଙ୍ଗମ୍‌ ଅଲ୍ଲୀ ୟୁସୁଫଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳବାର କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜରୁରୀକାଳୀନ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା। ଦମ୍‌ଦମ୍‌ କେନ୍ଦ୍ରୀୟ ସୁଧାର ଗୃହ (ଡିଡିସିସିଏଚ୍‌) କର୍ତ୍ତୃପକ୍ଷ ପାକିସ୍ତାନ ଦୂତାବାସକୁ ୟୁସୁଫଙ୍କ ସମ୍ପର୍କରେ ସୂଚିତ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ଡିଡିସିସିଏଚ୍‌ ଅଧୀକ୍ଷକ ସୁପ୍ରକାଶ ରୟ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନର ଦୂତାବାସକୁ ୟୁସୁଫଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜଣାଇବାକୁ ପଶ୍ଚିମବଙ୍ଗ ସୁଧାର ସେବାର ଏଡିଜି ତଥା ଆଇଜିଙ୍କୁ ଜରୁରୀକାଳୀନ ରେଡିଓଗ୍ରାମ୍‌ କରିଛନ୍ତି। ୟୁସୁଫ୍‌ଙ୍କ ସମ୍ପର୍କୀୟଙ୍କୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜଣାଇବାକୁ ତଥା ସେମାନେ ତାଙ୍କୁ ହସ୍ପିଟାଲକୁ ଭେଟିବାକୁ ଆସିବାକୁ ଜଣାଇବା ପାଇଁ ସୁଧାର ଗୃହ ପକ୍ଷରୁ କୁହାଯାଇଛି। ପଙ୍ଗମ୍‌ ଅଲ୍ଲୀ ୟୁସୁଫ୍‌ ଓରଫ ପି ୟୁସୁଫ ପି ମହମ୍ମଦ କରାଚୀ ବାସିନ୍ଦା ପି ମହମ୍ମଦଙ୍କ ପୁତ୍ର ଅଟନ୍ତି। ତାଙ୍କୁ ଆରଜି କର ହସ୍ପିଟାଲରେ ସୁଧାର ଗୃହର ମେଡିକାଲ ଅଫିସରଙ୍କ ପରାମର୍ଶରେ ଜାନୁଆରି ୧୩ରେ ଜୀବନ ରକ୍ଷାକାରୀ ପଦକ୍ଷେପରେ ରଖାଯାଇଛି ।

Advertisment

ରୁଷ-ୟୁକ୍ରେନ୍ ଶାନ୍ତି ଆଲୋଚନାରେ ପୁଟିନ ନୁହେଁ, ଜେଲେନସ୍କି ସୃଷ୍ଟି କରୁଛନ୍ତି ବାଧା: ଟ୍ରମ୍ପ