କନକ ବ୍ୟୁରୋ: କାନାଡାର ଅଣ୍ଟାରିଓର ବ୍ରାମ୍ପଟନରେ ଏକ ଚାଞ୍ଚଲ୍ୟକର ଅପହରଣ ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ପିଲ୍ ରିଜିଓନାଲ୍ ପୁଲିସ ଅପହରଣ ଓ ବଟି ଆଦାୟ ଅଭିଯୋଗରେ ଦୁଇ ଭାରତୀୟ ନାଗରିକ ହରକିରତ ସିଂହ (୨୭), ଅମୃତପାଲ ସିଂହ(୨୭)ଙ୍କୁ ଗିରଫ କରିଛି। ଏହି ମାମଲାରେ ଆଉଜଣେ ଅଭିଯୁକ୍ତ ହସନପ୍ରୀତ ସିଂହ (୨୮) ଫେରାର ଅଛି ଏବଂ ତା’ ବିରୁଦ୍ଧରେ ଗିରଫ ପରୱାନା ଜାରି କରାଯାଇଛି। ଏହି ବ୍ୟକ୍ତିମାନେ କୌଣସି ଗ୍ୟାଙ୍ଗ ସହିତ ଜଡିତ କି ନାହିଁ ତାହା ପୁଲିସ ତଦନ୍ତ କରୁଛି।
ପୁଲିସର ସୂଚନା ଅନୁଯାୟୀ, ନଭେମ୍ବର ୬ ତାରିଖ ୨୦୨୫ରେ ସନ୍ଧ୍ୟା ୬ଟା ସମୟରେ ଜଣେ ବ୍ୟକ୍ତି ପୁଲିସକୁ ଫୋନ୍ କରି ଜଣାଇଥିଲେ ଯେ ତାଙ୍କ ଘନିଷ୍ଠ ବନ୍ଧୁଙ୍କୁ ଅପହରଣ କରାଯାଇଛି ଏବଂ ତାଙ୍କୁ ଛାଡ଼ିବା ପାଇଁ ସନ୍ଦିଗ୍ଧମାନେ ୨ଲକ୍ଷ ଡଲାର ଦାବି କରିଥିଲେ। ଟଙ୍କା ନ ଦେଲେ ପିଡ଼ିତାଙ୍କ କ୍ଷତି କରିବାକୁ ମଧ୍ୟ ସେମାନେ ଧମକ ଦେଇଥିଲେ।
ଅଧିକ ପଢ଼ନ୍ତୁ : ଧଳାଜହରକୁ ନେଇ ବିଧାନସଭାରେ ହୁଲସ୍ତୁଲ, ଓଡ଼ିଶାର ୪ ବ୍ରାଉନସୁଗାର୍ ହଟ୍ସ୍ପଟ୍
ସୂଚନା ପାଇବା ମାତ୍ରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଲୋକେସନ୍ ଟ୍ରେସ୍ କରିଥିଲା ଏବଂ ପିଡ଼ିତାକୁ ସୁରକ୍ଷିତ ଉଦ୍ଧାର କରିଥିଲା। ବର୍ତ୍ତମାନ ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ଗିରଫ ସମୟରେ ପୁଲିସ ଏକ ୪୫-କାଲିବର ପିସ୍ତଲ ମଧ୍ୟ ଜବତ କରିଛି। ଅନ୍ୟଜଣେ ଫେରାର ଅପରାଧୀକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/02/21/indians-arrested-2026-02-21-21-07-47.jpg)