୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୭ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ସବୁଦିନ ପରି ସେଦିନ ମଧ୍ୟ ଚଳଚଞ୍ଚଳ ଥିଲା ମାୟାନଗରୀ ମୁମ୍ବାଇ । ସବୁ କିଛି ସ୍ୱାଭାବିକ ଚାଲିଥାଏ । ହଠାତ ଗୁଳିବର୍ଷାରେ କମ୍ପିଉଠିଥିଲା ପ୍ୟାଲେସ ତାଜ୍ ପରିସର ।  ଶୁଭିଲା ଭୟର ଶବ୍ଦ , ବିକଳ ଚିତ୍କାର । ଏଣେତେଣେ ପ୍ରାଣବିକଳରେ ଦୌଡୁଥାନ୍ତି ଲୋକମାନେ, କେଉଁଠି ଶବ ପଡିଥାଏ ତ ପୁଣି କେଉଁଠି ଗୁଳିମାଡରେ ଛଟପଟ ହେଉଥାନ୍ତି ନିରୀହ ଲୋକ । ମୁମ୍ବାଇର ରାତିରର ସେହି ନିର୍ଜନତା ଲୋମ ଟାଙ୍କୁରା ଘଟଣା ଘଟେ । ଆଉ ସେ ଛାତିଥରା କାଳରାତ୍ରି କଥା ମନେ ପଡ଼ିଲେ ଆଜି ବି ଦେଶବାସୀଙ୍କ ଆଖିରୁ ଲୁହ ଝରିପଡେ । ମୁମ୍ବାଇର ପ୍ରସିଦ୍ଧ ତାଜ୍ ହୋଟେଲକୁ ରକ୍ତରଂଜିତ କରିଥିଲେ ଲସ୍କର ଆତଙ୍କବାଦୀ ।

mumbai

କନକ ବ୍ୟୁରୋ :  ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଆଜି ପୂରିଛି ୧୭ବର୍ଷ  । ୨୦୦୮ ନଭେମ୍ବର ୨୬ରେ ଥରିଉଠିଥିଲା ବାଣିଜ୍ୟ ସହର ତଥା ମହାରାଷ୍ଟ୍ରର ପ୍ରାଣକେନ୍ଦ୍ର  ମୁମ୍ବାଇ । ପାକିସ୍ତାନ ଆତଙ୍କୀଙ୍କ ଆକ୍ରମଣର ସେହି କଳାଦିନ କଥା ଭାବିଲେ ଆଜି ବି ମନରେ ଭୟ ଖେଳିଯାଏ । ବୀର ସହିଦଙ୍କୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି, ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।

ଅଧିକ ପଢ଼ନ୍ତୁ- ସସ୍ମିତ ଦୂରେଇ ଗଲେ ନା ଦୂରେଇ ଦିଆଗଲା ! ପିଏସି ମିଟିଂରେ ସାଂସଦଙ୍କର ମିଳୁନି ଦେଖା

 ସବୁଦିନ ପରି ସେଦିନ ମଧ୍ୟ ଚଳଚଞ୍ଚଳ ଥିଲା ମାୟାନଗରୀ ମୁମ୍ବାଇ । ସବୁ କିଛି ସ୍ୱାଭାବିକ ଚାଲିଥାଏ । ହଠାତ ଗୁଳିବର୍ଷାରେ କମ୍ପିଉଠିଥିଲା ପ୍ୟାଲେସ ତାଜ୍ ପରିସର ।  ଶୁଭିଲା ଭୟର ଶବ୍ଦ , ବିକଳ ଚିତ୍କାର । ଏଣେତେଣେ ପ୍ରାଣବିକଳରେ ଦୌଡୁଥାନ୍ତି ଲୋକମାନେ, କେଉଁଠି ଶବ ପଡିଥାଏ ତ ପୁଣି କେଉଁଠି ଗୁଳିମାଡରେ ଛଟପଟ ହେଉଥାନ୍ତି ନିରୀହ ଲୋକ । ମୁମ୍ବାଇର ରାତିରର ସେହି ନିର୍ଜନତା ଲୋମ ଟାଙ୍କୁରା ଘଟଣା ଘଟେ । ଆଉ ସେ ଛାତିଥରା କାଳରାତ୍ରି କଥା ମନେ ପଡ଼ିଲେ ଆଜି ବି ଦେଶବାସୀଙ୍କ ଆଖିରୁ ଲୁହ ଝରିପଡେ । ମୁମ୍ବାଇର ପ୍ରସିଦ୍ଧ ତାଜ୍ ହୋଟେଲକୁ ରକ୍ତରଂଜିତ କରିଥିଲେ ଲସ୍କର ଆତଙ୍କବାଦୀ । ୧୦ଜଣ ଆତଙ୍କବାଦୀ ସମୁଦ୍ରବାଟ ଦେଇ ବାଣିଜ୍ୟନଗରୀ ମୁମ୍ବାଇରେ ଅନୁପ୍ରବେଶ କରିଥିଲେ ଓ ଷଡଯନ୍ତ୍ର ମୁତାବକ ଆଖିବୁଜା ଆକ୍ରମଣ କରିଥିଲେ । ଶରୀରରେ ଶିହରଣ ସୃଷ୍ଟି ଯେତେବେଳେ ଆକ୍ରମଣର କଳା ଛବି ସାମ୍ନାକୁ ଆସିଯାଏ । ପାକିସ୍ଥାନର କରାଚୀରୁ ଆସିଥିବା ସମସ୍ତ ୧୦ ଆତଙ୍କୀ ଗୋଟିଏ ନୈାକାରେ ସମୁଦ୍ର ଦେଇ ଆସିଥିଲେ । । ଆକ୍ରମଣରେ ମୋଟ ୧୬୦ରୁ ଉଦ୍ଧ୍ୱର୍ଲୋକଙ୍କ ଜୀବନ ଯାଇଥିବାବେଳେ ୩୦୦ରୁ ଅଧିକ ଲୋକ ଗୁରୁତର  ହୋଇଥିଲେ ।

ଅଧିକ ପଢ଼ନ୍ତୁ-ନୂଆ ଇତିହାସର ସାକ୍ଷୀ ରହିବ ବିଧାନସଭା; ଆସନ୍ତାକାଲି ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ମହାମହିମ

ତାଜ ହୋଟେଲ ଉପରେ ଆକ୍ରମଣ ପରେ ପରେ ଆତଙ୍କବାଦୀଙ୍କ  ଦ୍ୱିତୀୟ ଲକ୍ଷ୍ୟ ଥିଲା ଛତ୍ରପତି ଶିବାଜୀ ଟର୍ମିନାଲ ରେଲୱେ ଷ୍ଟେସନ । ଯେଉଁଠାରେ ପହଁଚି ଆତଙ୍କୀମାନେ ଭୟଙ୍କର ଗୁଳିଚାଳନା କରିଥିଲେ । କେବଳ ଏତିକି ନୁହେଁ ସେହି ରାତି ମୁମ୍ବାଇର ବହୁ ନାମୀଦାମୀ ସ୍ଥାନରେ ଆକ୍ରମଣ ମିଳିଥିଲେ । ସେଥିମଧ୍ୟରେ ତାଜ ହୋଟେଲ , ଔବରୟ ଟ୍ରାଇଣ୍ଡେଟ ହୋଟେଲ , ନରୀମନ ହାଉସ , ଲିଓପେଡ଼ କେଫ ଆଦି ସାମିଲ ଥିଲେ । ନଭେମ୍ବର ୨୬ରୁ ୨୯ ତାରିଖ ୩ଦିନ ଧରି ଚାଲିଥିବା ଅପରେସନ ଟର୍ଣ୍ଣାଡୋ । ଘଟଣାରେ ଭାରତୀୟ ଯବାନମାନଙ୍କ ଦ୍ୱାରା ୯ ଜଣ ଆତଙ୍କୀ ନିହତ ହୋଇଥିଲେ । ଏବଂ ଜଣେ ଆତଙ୍କୀ ଅଜମଲ କସାବଙ୍କୁ ଜୀବିତ  ଗିରଫ କରାଯାଇଥିବାବେଳେ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଯାଇଥିଲା । 

ଅଧିକ ପଢ଼ନ୍ତୁ- ରାଜଧାନୀରେ ଜବରଦଖଲକାରୀଙ୍କ କବଜାରେ ଅକେ ସରକାରୀ ଜମି, ଉଚ୍ଛେଦ ବେଳେ ପାତରଅନ୍ତର କରାଯାଉଥିବା ଅଭିଯୋଗ

୨୬/୧୧ ଦେଶର ଇତିହାସରେ ସବୁଠୁ ବଡ କଳାଦିନ ଭାବେ ଗଣାଯାଏ । ସେପଟେ ଘଟଣାରେ ସହିଦ ହୋଇଥିବା ସହିଦଙ୍କ ବଳିଦାନକୁ ଦେଶ ଓ ଦେଶବାସୀ କେବେବି ଭୁଲି ପାରିବେନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe