୧୫ ଛକା, ୧୧ ଚୌକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ

ଭାରତୀୟ ଦଳ ନିଜ ଅଧିନାୟକ ଜିତେଶ ଶର୍ମାଙ୍କ ଏହି ନିଷ୍ପତ୍ତିରେ ସମ୍ପୂର୍ଣ୍ଣ ଭାବେ ଖାପ ଖାଇଥିଲା । ଓପନିଂ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ୟ୍ୟବଂଶୀ ଆରମ୍ଭରୁ ହିଁ ବୋଲରମାନଙ୍କୁ ନିର୍ଦ୍ଦୁମ ପିଟିଥିଲେ । ୧୪ ବର୍ଷୀୟ ବୈଭବ ୩୨ ବଲରେ ନିଜର ଶତକ ପୂରଣ କରିଥିଲେ, ଯେଉଁଥିରେ ୧୦ ଚୌକା ଓ ୯ ଛକା ସାମିଲ ଥିଲା ।

VAIBHAV

VAIBHAV Photograph: (Kanak news)

କନକ ବ୍ୟୁରୋ: ଏସିସି ପୁରୁଷ ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୫ ରେ ଭାରତ-ଏ ଦଳ ତା'ର ପ୍ରଥମ ମ୍ୟାଚ୍ ସଂଯୁକ୍ତ ଆରବ ଏମିରେଟ୍ସ (UAE) ବିପକ୍ଷରେ ଖେଳିଛି । ନଭେମ୍ବର ୧୪ ଦୋହାର ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ଗ୍ରୁପ୍-ବି ର ଏହି ମ୍ୟାଚ୍ ରେ ଭାରତ-ଏ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ଆହୁରି ପଢ଼ନ୍ତୁ... IND vs SA Kolkata Test: ଇତିହାସ ପୃଷ୍ଠାରେ ଲେଖାହେଲା ବୁମରାହଙ୍କ ନାଁ, ଏହି ମହାନ କ୍ରିକେଟରଙ୍କ ହେଲେ ସମକକ୍ଷ

ଭାରତୀୟ ଦଳ ନିଜ ଅଧିନାୟକ ଜିତେଶ ଶର୍ମାଙ୍କ ଏହି ନିଷ୍ପତ୍ତିରେ ସମ୍ପୂର୍ଣ୍ଣ ଭାବେ ଖାପ ଖାଇଥିଲା । ଓପନିଂ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଆରମ୍ଭରୁ ହିଁ ବୋଲରମାନଙ୍କୁ ନିର୍ଦ୍ଦୁମ ପିଟିଥିଲେ । ୧୪ ବର୍ଷୀୟ ବୈଭବ ୩୨ ବଲରେ ନିଜର ଶତକ ପୂରଣ କରିଥିଲେ, ଯେଉଁଥିରେ ୧୦ ଚୌକା ଓ ୯ ଛକା ସାମିଲ ଥିଲା । ଶତକ ପୂରଣ କରିବା ପରେ ମଧ୍ୟ ବୈଭବ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ । ବୈଭବ ସମୁଦାୟ ୪୨ ବଲ୍ ଖେଳି ୧୪୪ ରନ୍ କରିଥିଲେ, ଯେଉଁଥିରେ ୧୫ ଛକା ଓ ୧୧ ଚୌକା ସାମିଲ ଥିଲା ।

ଏହି ସମୟରେ ବୈଭବ ସୂର୍ୟ୍ୟବଂଶୀ ନମନ ଧୀରଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୫୬ ବଲରେ ୧୬୩ ରନର ଭାଗୀଦାରୀ କରିଥିଲେ । ନମନ ୨୨ ବଲରେ ୩୪ ରନ୍ କରିଥିଲେ, ଯେଉଁଥିରେ ତିନି ଚୌକା ଓ ୨ ଛକା ସାମିଲ ଥିଲା । ବୈଭବ ତାଙ୍କ ଧୂଆଁଧାର ପାଳି ସମୟରେ ମାତ୍ର ୧୭ ବଲରେ ହିଁ ଅର୍ଦ୍ଧଶତକ ପୂରଣ କରିଥିଲେ । ମୁହମ୍ମଦ ଫରାଜୁଦ୍ଦିନ ଅହମ୍ମଦ ତାରିକ୍ ହାତରେ ବୈଭବଙ୍କୁ କ୍ୟାଚ୍ ଆଉଟ୍ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe