ଜବତ ହୋଇଛି ୧୫ କ୍ଵିଣ୍ଟାଲ ୭୩ କିଲୋଗ୍ରାମ ଗଞ୍ଜେଇ, କିଏ ଏହି ଗଞ୍ଜେଇ ରାକେଟର ମାଷ୍ଟର ମାଇଣ୍ଡ ?

Advertisment

ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ ଏସପି ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଓ ନିଶା ଥାନା ପୁଲିସ ମିଳିତ ଭାବେ କରିଥିଲେ ଚଢ଼ାଉ। ଜବତ ହୋଇଛି ୧୫ କ୍ଵିଣ୍ଟାଲ ୭୩ କିଲୋଗ୍ରାମ ଗଞ୍ଜେଇ। ଯାହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । 

ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ ଏସପି ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଓ ନିଶା ଥାନା ପୁଲିସ ମିଳିତ ଭାବେ କରିଥିଲେ ଚଢ଼ାଉ। ଜବତ ହୋଇଛି ୧୫ କ୍ଵିଣ୍ଟାଲ ୭୩ କିଲୋଗ୍ରାମ ଗଞ୍ଜେଇ। ଯାହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । 

cannabis

cannabis Photograph: (kanak news)

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ପୁଲିସର ବଡ଼ ଆକ୍ସନ। ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ଏହି ଅଞ୍ଚଳରେ ଏବେ ମାଫିଆଙ୍କ ନିଦ ହଜାଇ ଦେଇଛି ପୁଲିସ। ଏକ ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ ଏସପି ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଓ ନିଶା ଥାନା ପୁଲିସ ମିଳିତ ଭାବେ କରିଥିଲେ ଚଢ଼ାଉ। ଜବତ ହୋଇଛି ୧୫ କ୍ଵିଣ୍ଟାଲ ୭୩ କିଲୋଗ୍ରାମ ଗଞ୍ଜେଇ। ଯାହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । 

ସୂଚନା ଅନୁସାରେ, ଗଞ୍ଜେଇ ବେପାରୀ ତଥା ଟ୍ରକର ମାଲିକ ଏହି ଗଞ୍ଜେଇକୁ କନ୍ଧମାଳରୁ ଆଣି ଝାଡ଼ଖଣ୍ଡ ଓ ବିହାରକୁ ପଠାଇବାକୁ ଯୋଜନା କରିଥିଲା। ଗଞ୍ଜେଇ ବୋଝେଇ ଟ୍ରକ ନିଶା ଶିଳ୍ପାଞ୍ଚଳ ଥାନା ଅଧୀନସ୍ଥ ଜେଏସପିଏଲ ଫେଜ୍-୨ ନିକଟରେ ଥିବା ସମୟରେ ଖବର ପାଇଥିଲା ଅନୁଗୁଳ ଜିଲ୍ଲା ପୁଲିସ। ଅନୁଗୁଳ ଏସପି ରାହୁଲ ଜୈନଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ପୁଲିସର ସ୍ପେଶାଲ୍ ସ୍କ୍ୱାଡ୍ ଓ ନିଶା ଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ଟ୍ରକକୁ ଅଟକାଇଥିଲେ। ଟ୍ରକରେ ଏତେ ପରିମାଣର ଗଞ୍ଜେଇ ଦେଖି ତାଜୁବ୍ ହୋଇଯାଇଥିଲା ପୁଲିସ। ଏହାପୂର୍ବରୁ ଗତକାଲି ଅନୁଗୁଳ ପୁଲିସ ପୁରୁଣାକୋଟ ଥାନା ଅଧୀନସ୍ଥ କନ୍ଧକୋଇଲି ଗାଁ ଛକ ନିକଟରୁ ପ୍ରାୟ ୨୬୪ କିଲୋ ଗଞ୍ଜେଇ ଜବତ କରିଥିଲା । 

ଅଧିକ ପଢ଼ନ୍ତୁ---ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ; ବିକ୍ରମ ପଣ୍ଡାଙ୍କ ପିଟିସନ ଖାରଜ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe