ପରମ୍ପରା ଓ ସଂସ୍କୃତିର ଅନନ୍ୟ ନିଦର୍ଶନ ମେଳଣ ଉତ୍ସବ, ୧୪୯ ବର୍ଷର ଧର୍ମଶାଳା ମୁନସୀ ମେଳଣରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼

Advertisment

ଯାଜପୁର ଜିଲ୍ଲା ଧର୍ମଶାଳାର ମୁନସୀ ମେଲଣ। ଯାହାକୁ ଦେଖିବା ସହ ବିଭୁକୃପାଲାଭ କରିବା ପାଇଁ ଓଡିଶାର ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସୁସଜିତ ଦୋଳ ବିମାନରେ ରାଧାକୃଷ୍ଣଙ୍କୁ ଦୋଳ ମଣ୍ଡପକୁ ଆଣିଥାନ୍ତି ଠାକୁରବାଡିଆମାନେ। ପୂଜାର୍ଚ୍ଚନା ସହ ସୃଷ୍ଟି ହୁଏ ଆଧ୍ୟାତ୍ମିକ ପରିବେଶ।

ଯାଜପୁର ଜିଲ୍ଲା ଧର୍ମଶାଳାର ମୁନସୀ ମେଲଣ। ଯାହାକୁ ଦେଖିବା ସହ ବିଭୁକୃପାଲାଭ କରିବା ପାଇଁ ଓଡିଶାର ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସୁସଜିତ ଦୋଳ ବିମାନରେ ରାଧାକୃଷ୍ଣଙ୍କୁ ଦୋଳ ମଣ୍ଡପକୁ ଆଣିଥାନ୍ତି ଠାକୁରବାଡିଆମାନେ। ପୂଜାର୍ଚ୍ଚନା ସହ ସୃଷ୍ଟି ହୁଏ ଆଧ୍ୟାତ୍ମିକ ପରିବେଶ।

a3

କନକ ବ୍ୟୁରୋ : ପରମ୍ପରା ଓ ସଂସ୍କୃତିର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଳା ଧର୍ମଶାଳା ମୁନସୀ ମେଲଣରେ। ପଚାଶରୁ ଅଧିକ ଦୋଳ ବିମାନରେ ସଜେଇ ହୋଇ ସଂକିର୍ତନ ଓ ଅବିର ଖେଳରେ ଭୋଗ ଖାଇଲେ ରାଧାକୃଷ୍ଣ। ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ଏହି ମୁନସୀ ମେଲଣ ପହଂଚିଛି ୧୪୯ବର୍ଷରେ । 

ଯାଜପୁର ଜିଲ୍ଲା ଧର୍ମଶାଳାର ମୁନସୀ ମେଲଣ। ଯାହାକୁ ଦେଖିବା ସହ ବିଭୁକୃପାଲାଭ କରିବା ପାଇଁ ଓଡିଶାର ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସୁସଜିତ ଦୋଳ ବିମାନରେ ରାଧାକୃଷ୍ଣଙ୍କୁ ଦୋଳ ମଣ୍ଡପକୁ ଆଣିଥାନ୍ତି ଠାକୁରବାଡିଆମାନେ। ପୂଜାର୍ଚ୍ଚନା ସହ ସୃଷ୍ଟି ହୁଏ ଆଧ୍ୟାତ୍ମିକ ପରିବେଶ। ଆଉ ଏହାର ପୁରୋଧା ସାଜିଥାନ୍ତି ଧର୍ମଶାଳା ଥାନାର ଆଇଆଇସି। ୧୮୭୭ ମସିହାରେ ଏହି ଐତିହାସିକ ମୁନସୀ ମେଲଣର ଶୁଭାରମ୍ଭ କରାଯାଇଥିଲା ଜଣେ ବ୍ରିଟିଶ ଅମଳର ଦାରୋଗାଙ୍କ ନେତୃତ୍ୱରେ। ସେବେଠାରୁ ଏହି ମେଲଣ ଆୟୋଜିତ ହୋଇ ଆସୁଛି।

ଅଧିକ ପଢ଼ନ୍ତୁ :ଗାଁଠୁ ସହର ସବୁଠି ଜମୁଛି ଦୋଳ ମେଲଣ , ଜମିଛି ହଜାର ହଜାର ଭକ୍ତଙ୍କ ଭିଡ଼

କଟକ ଜିଲ୍ଲା ନିଆଳି ଦେବୀ କନ୍ଦଳ ଦ୍ୱୀପାଅଂଚଳ କସର୍ଦାର ପ୍ରସିଦ୍ଧ ଦିପୋଟି ମେଳନ ପାଳିତ ହୋଇଛି। ଶୋଭାଯାତ୍ରା ସାଙ୍ଗକୁ ଘଣ୍ଟ ଘଣ୍ଟା ରୋସଣୀରେ ମେଳନ ପଡିଆକୁ ବିମାନରେ ରାଧାରାଣୀଙ୍କ ସହ ଆସିଥିଲେ ଦୋଳ ଗୋବିନ୍ଦ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଉଚ୍ଛୁଳି ପଡ଼ିଲା ମେଳନ ପଡ଼ିଆ। ଭଗବାନ ଶ୍ରୀକୂଷ୍ଣ ଓ ଶ୍ରୀ ରାଧାଙ୍କ ମିଳନରେ ଏକ ସ୍ମରଣୀୟ ପର୍ବ ହୋଉଛି ଏହି ମେଳନ। ଅନ୍ୟ ଏକ ଆକର୍ଷଣ ହରି ଏବଂ ହରଙ୍କର ଭେଟ। ଏହି ମେଳନଟି ବ୍ରିଟିସ ଶାସନ କାଳରୁ ଡେପୁଟି ସାହେବଙ୍କ ନାମ ଅନୁସାରେ ଦିପୋଟି ମେଳନ ହୋଇଛି। ଚଳିତ ବର୍ଷ ଏହି ଉତ୍ସବ ୧୩୦ ବର୍ଷରେ ପର୍ଦାପଣ କରିଛି। ଏହାର ଅନ୍ୟକ ବିଶେଷ୍ୟତ୍ୱ ହେଉଛି, ଶ୍ରୀଗୋପାଳଜୀଉଙ୍କ ନିକଟରେ ମାନସିକଧାରି କଦଳୀ ଭୋଗ କରିଥାନ୍ତି। ବିଶ୍ୱାସ ଅନୁସାରେ ପ୍ରାୟ ଏକ ଟ୍ରକ କଦଳୀ ଭୋଗ କରାଯାଏ ।  ତେବେ ଏହି ମୁନସୀ ମେଲଣ ଆମ ଓଡିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ ବୋଲି କୁହାଯାଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe