Radio fair Photograph: (KanakNews)
କନକ ବ୍ୟୁରୋ : ଏକାମ୍ର ହାଟରେ ଆରମ୍ଭ ହୋଇଛି ଦ୍ୱାଦଶ ଭୁବନେଶ୍ୱର 'ରେଡିଓ ମେଳା । ମେଳାରେ ମନ ଜିଣୁଛି ଭଳିକି ଭଳି ରେଡ଼ିଓ । ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଏବଂ ବୟନଶିଳ୍ପ ସଚିବ ଗୁହା ପୁନମ ତାପସ ଯୋଗ ଦେଇ ମେଳାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ 'ଆଉଟ ରିଚ୍'ର ମୁଖ୍ୟ ସୁବ୍ରତ କୁମାର ପତିଙ୍କ ସହ ଅନ୍ୟ ଅତିଥି ମାନେ ମଧ୍ୟ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ : ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ : ୱେବ୍ ରେଡିଓ ଆରମ୍ଭ
ଏହା ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ଦେଶର ଏକମାତ୍ର ରେଡିଓ ମେଳା, ଯାହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ୍, ପ୍ରସାରଣ ସାମଗ୍ରୀ ଏବଂ ବିଭିନ୍ନ ପ୍ରକାରର ୱାକି-ଟକି ପ୍ରଦର୍ଶିତ ହେଉଛି । ବିଭିନ୍ନ ପ୍ରସିଦ୍ଧ ରେଡିଓ ଚ୍ୟାନେଲ ମଧ୍ୟ ନିଜର ଷ୍ଟଲ୍ ମାଧ୍ୟମରେ ଦର୍ଶକଙ୍କ ସହ ଯୋଡ଼ି ହେଉଛନ୍ତି । ମେଳାରେ ରେଡ଼ିଓର ସ୍ମୃତି ତାଜା କରିବା ସହ ଫୁଡ୍ କୋର୍ଟରେ ବିଭିନ୍ନ ଖାଦ୍ୟର ସ୍ଵାଦ ଚାଖୁଛନ୍ତି ରାଜଧାନୀବାସି ।
Follow Us