କନକ ବ୍ୟୁରୋ : ୨୦୨୭ ମସିହା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ ଓ ପ୍ରାକ ପ୍ରସ୍ତୁତି ବୈଠକ । ଚଳିତବର୍ଷ ଏପ୍ରିଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ସେନ୍ସସ୍ ପୋର୍ଟାଲରେ ଲଗ୍ ଇନ୍ କରି ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ଼ କରିପାରିବେ । ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଋଷିକୂଲ୍ୟା ସମ୍ମୀଳନୀ କକ୍ଷଠାରେ ଗତକାଲି ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ ଓ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଅଧିକ ପଢ଼ନ୍ତୁ : ଏପ୍ରିଲରୁ ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ : ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା
ଚଳିତବର୍ଷ ଏପ୍ରିଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଜନଗଣନାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଶ୍ରୀ କଲ୍ୟାଣ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିନିମନ୍ତେ ଅପ୍ରେଲ ମାସ ପ୍ରଥମ ଦୁଇ ସପ୍ତାହରେ ଘର ଗଣନା ଓ ଆତ୍ମଗଣନା କରାଯିବ । ଏହା ଶେଷ ହେବା ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ ।
ଜନଗଣନା କାର୍ଯ୍ୟକୁ ପ୍ରଥମ ଥର ପାଇଁ ଡିଜିଟାଲ ପ୍ରକ୍ରିୟାରେ କରାଯିବ । ଯେ କୌଣସି ବ୍ୟକ୍ତି ସେନ୍ସସ୍ ପୋର୍ଟାଲରେ ଲଗ୍ ଇନ୍ କରି ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ଼ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି । ଯଦିଓ ଜନଗଣନା ଦେଶରେ ପ୍ରତି ୧୦ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେବା କଥା, ମାତ୍ର ଏହା ୨୦୧୧ ମସିହା ପରେ ପ୍ରାୟ ୧୫ ବର୍ଷ ବ୍ୟବଧାନ ପରେ ଜନଗଣନା ହେଉଥିବାରୁ, ଦେଶର ଜଣେ ସଚେତନ ନାଗରିକ ହିସାବରେ ନିଜର ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପ୍ରଦାନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/14/census-2027-2026-02-14-08-18-28.jpg)