maobadi in saranda forest Photograph: (Google)
କନକ ବ୍ୟୁରୋ: ନିର୍ଣ୍ଣାୟକ ମୋଡ଼ରେ ମାଓଦମନ ଅଭିଯାନ । ସରଣ୍ଡା ଜଙ୍ଗଲକୁ ଘେରିଛନ୍ତି ୧୦ ହଜାର ଯବାନ । ୩ ଟପ୍ ମହିଳା ମାଓବାଦୀଙ୍କ ମୁଣ୍ଡ ଉପରେ ଲକ୍ଷେ ଲେଖାଏଁ ପୁରସ୍କାର ରାଶି । ସୀମାନ୍ତର ସରଣ୍ଡା ଜଙ୍ଗଲରେ ଜୋର ଧରିଛି ମାଓଦମନ ଅଭିଯାନ। ବହୁବର୍ଷ ଧରି ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଏହି ଅଞ୍ଚଳକୁ ବର୍ତ୍ତମାନ ପ୍ରାୟ ୧୦ ହଜାର ସୁରକ୍ଷାକର୍ମୀ ଘେରି ରହି ଅଭିଯାନ ଚଳାଉଛନ୍ତି । ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ମିସିର ବେସରା, ମଛୁ, ଅସୀମ ଦା, ଅନଲ ଦା ସହ ଅନ୍ୟାନ୍ୟ ଶୀର୍ଷନେତାକୁ ଗିରଫ କିମ୍ବା ଏନ୍କାଉଣ୍ଟର କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି ।
ଅଧିକ ପଢନ୍ତୁ: ଗଞ୍ଜାମ-କନ୍ଧମାଳ ଜଙ୍ଗଲରେ ଲୁଚିଥିଲେ ମାଓବାଦୀ : ଗୁଳିବିନିମୟରେ ଟଳିଲେ ଟପ୍ ମାଓନେତାଙ୍କ ସମେତ ୪ ମାଓବାଦୀ
ସରଣ୍ଡା ଜଙ୍ଗଲକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପାଇଁ ସୀମାନ୍ତରେ ଓଡ଼ିଶା ପୁଲିସ ମଧ୍ୟ ସୁରକ୍ଷାବଳଙ୍କୁ ସହଯୋଗ କରୁଛି । ଜରାଇକେଲା, ଚାନ୍ଦିପୋଷ, କରମପଦା, ମନୋହରପୁର, ଆନନ୍ଦପୁର ଓ ଛୋଟାନାଗତା ଭଳି ସୀମାନ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପଡ଼ୋଶୀ ଛତିଶଗଡ଼ରେ ନୂଆବର୍ଷର ପ୍ରଥମ ଦିନରୁ ଅପରେସନ ଖାତ୍ମା ଆରମ୍ଭ ହୋଇଛି । ସେଠିକାର ମାଓବାଦୀମାନେ ସରଣ୍ଡା ଜଙ୍ଗଲ ଅଭିମୁଖେ ଆସିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳରେ ସୁରକ୍ଷା ଓ ତନଖି ବ୍ୟବସ୍ଥା ଜୋର୍ଦାର କରାଯାଇଛି । ମାଓବିରୋଧୀ ଅଭିଯାନକୁ ବଳ ଦେବା ପାଇଁ ଝାଡ଼ଖଣ୍ଡ ସରକାର ତିନି ମାଓବାଦୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଚାଇଁବସାର ତିନି ମହିଳା ମାଓବାଦୀ ଫୁଲମଣି କୋଡ଼ା, କୋଡ଼ୋମଣି କୋଡ଼ା ଓ ଚୋଗୋ ପୂର୍ତ୍ତିଙ୍କ ପାଇଁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି ।
Follow Us