ଦକ୍ଷିଣ ଆଫ୍ରିକାରେ ଆଖିବୁଜା ଗୁଳିମାଡ଼ ; ଆଖିବୁଜିଲେ ୧୦ ଜଣ, ଅନେକ ଲୋକ ଆହତ

Advertisment

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡର ଏହା ଦ୍ୱିତୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ, ପୋଲିସର କହିବା କଥା ଯେ ସହରରୁ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ବେକର୍ସଡେଲରେ ହୋଇଥିବା ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Updated On

ଅଦ୍ୟତନ ହୋଇଛି
south africa

south africa Photograph: (kanak news)

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡର ଏହା ଦ୍ୱିତୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ, ପୋଲିସର କହିବା କଥା ଯେ ସହରରୁ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ବେକର୍ସଡେଲରେ ହୋଇଥିବା ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ କିଛି ଅଜ୍ଞାତ ବନ୍ଧୁକଧାରୀ ରାସ୍ତାରେ ଥିବା ଲୋକଙ୍କ ଉପରେ ଅଚାନକ ଗୁଳିଚାଳନା ଆରମ୍ଭ କରିଥିଲେ, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା।

"ନାଗରିକଙ୍କ ଉପରେ ହୋଇଥିବା ଆଖିବୁଜା ଗୁଳିଚାଳନାରେ ଦଶ ଜଣଙ୍କର ମୃତ୍ୟୁ ହୋଇଛି। ଆମ ପାଖରେ ମୃତାହତଙ୍କ ବିଷୟରେ କୌଣସି ବିବରଣୀ ନାହିଁ," ଗୌଟେଙ୍ଗ ପ୍ରଦେଶ ପୁଲିସ ମୁଖପାତ୍ର ବ୍ରିଗେଡିୟର ବ୍ରେଣ୍ଡା ମୁରିଡିଲି ଏନେଇ ସୂଚନା ଦେଇଛନ୍ତି । ତେବେ ଦକ୍ଷିଣ ଆଫ୍ରିକାର କିଛି ପ୍ରମୁଖ ସୁନା ଖଣି ନିକଟରେ ଥିବା ଏକ ଗରିବ ଅଞ୍ଚଳ ବେକର୍ସଡାଲର ଏକ ବାର୍ ନିକଟରେ ଏହି ଗୁଳିକାଣ୍ଡ ଘଟିଛି । ପୁଲିସ କହିଛି ଯେ ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଛି ।  ଏହାସହିତ ଗୁଳିକାଣ୍ଡ ଏପରି ଏକ ସ୍ଥାନରେ ଘଟିଥିଲା ଯେଉଁଠାରେ ବେଆଇନ ଭାବରେ ମଦ ବିକ୍ରି ହେଉଥିଲା ।

ଆହୁରି ପଢ଼ନ୍ତୁ : ଶୀତରେ ଥରୁଛି କନ୍ଧମାଳ : ଜନଜୀବନ ଅସ୍ତବ୍ୟସ୍ତ

ସୂଚନାଯୋଗ୍ୟ ଯେ, ୬୩ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦକ୍ଷିଣ ଆଫ୍ରିକାରେ ଅପରାଧ ହାର ଯଥେଷ୍ଟ ଅଧିକ । ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଏହା ଦ୍ୱିତୀୟ ଗୁଳିକାଣ୍ଡ ଘଟଣା । ଡିସେମ୍ବର ୬ ତାରିଖରେ, ବନ୍ଧୁକଧାରୀମାନେ ରାଜଧାନୀ ପ୍ରିଟୋରିଆ ନିକଟରେ ଏକ ହଷ୍ଟେଲରେ ଆକ୍ରମଣ କରି ଏକ ତିନି ବର୍ଷର ଶିଶୁ ସମେତ ୧୨ ଜଣଙ୍କୁ ହତ୍ୟା କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe