ଗୋଟେ ସେଓର ଦାମ୍ ୧୦ କୋଟି ଟଙ୍କା; ଭାରତର ଦାମୀ ସେଓକୁ ନେଇ ଚର୍ଚ୍ଚା

ଗୋଟିଏ ସେଓର ଦାମ୍ ୧୦ କୋଟି ଟଙ୍କା, ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ । ଏବେ ମୁମ୍ବାଇର ଗୋଟିଏ ସେଓ ଚର୍ଚ୍ଚାର ଜୋର ଧରିଛି ।

APPLE COST 10 CR

APPLE COST 10 CR Photograph: (kanak news)

କନକ ବ୍ୟୁରୋ: ଆପଣ କିଲେ ସେଓର ଦାମ୍ ଅତି ବେଶୀରେ ୨୦୦ରୁ ୩୦୦ ଟଙ୍କା ଜାଣିଥିବେ । ହେଲେ ଗୋଟିଏ ସେଓର ଦାମ୍ ୧୦ କୋଟି ଟଙ୍କା, ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ । ଏବେ ମୁମ୍ବାଇର ଗୋଟିଏ ସେଓ ଚର୍ଚ୍ଚାର ଜୋର ଧରିଛି । କାରଣ ଏହା କୌଣସି ସାଧାରଣ ଫଳ ନୁହେଁ, ବରଂ ସୁନା ଏବଂ ହୀରାରେ ତିଆରି ଏକ ଦାମୀକିଆ ସେଓ । ଯାହାର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଆଉ ଏହାର ନିର୍ମାତା ହେଉଛନ୍ତି ମୁମ୍ବାଇର ପ୍ରସିଦ୍ଧ ଜୁଏଲାରି କାରିଗର ରୋହିତ ପିସାଲ । 

ଅତିସୁନ୍ଦର ଓ ନିଖୁଣ ଡିଜାଇନ୍‌ ମାଧ୍ୟମରେ ୧୮ କ୍ୟାରେଟ୍‌ ସୁନା ଓ ହୀରାରେ ସେ ଏହି ସେଓ ପ୍ରସ୍ତୁତ କରିଛନ୍ତି । ଏଥିରେ ୯ କ୍ୟାରେଟ୍‌ ୩୬ ସେଣ୍ଟ୍‌ର ମୋଟ୍‌ ୧୩୯୬ ଖଣ୍ଡ ହୀରା ଖଞ୍ଜାଯାଇଛି । ସୁନ୍ଦର କାରିଗରୀ ପାଇଁ ଏହା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି । ବିଶ୍ୱପ୍ରସିଦ୍ଧ ୱର୍ଲଡ୍‌ ଇଣ୍ଟରନ୍ୟାସ୍‌ନାଲ ଜେମୋଲଜିକାଲ ଇନ୍‌ଷ୍ଟିଚ୍ୟୁଟ୍‌ ଏହାକୁ ମାନ୍ୟତା ମଧ୍ୟ ଦେଇଛି । ଥାଇଲାଣ୍ଡ୍‌ର ରୟାଲ ପ୍ୟାଲେସ୍‌ରେ ସେଓଟି ପ୍ରଦର୍ଶିତ ହୋଇଛି, ଯେଉଁଠି ତା’ର ଚାହିଦା ଓ ଆକର୍ଷଣ ଆହୁରି ବଢ଼ିଯାଇଛି । ରୋହିତ ପିସାଲ କହିଛନ୍ତି, ଏହା କେବଳ ଏକ ଡିଜାଇନ୍‌ । ଯାହା ଏହାକୁ ଅତ୍ୟନ୍ତ ଆକର୍ଷଣୀୟ କରିଥାଏ ।

ଅଧିକ ପଢ଼ନ୍ତୁ--କୁହୁଡ଼ିର କଜଳ ପିନ୍ଧି ଅଳସ ଭାଙ୍ଗିଲା କୋରାପୁଟ...

ଏହି ସେଓର ଓଜନ ପ୍ରାୟ ୩୦ ଗ୍ରାମ ଏବଂ ପ୍ରତ୍ୟେକ ଖଣ୍ଡ ଏକ ପ୍ରାକୃତିକ ସେଓ ସଦୃଶ । ଏହି ଅନନ୍ୟ ସେଓର ସୌନ୍ଦର୍ଯ୍ୟ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିଛି । ଏହା ବର୍ତ୍ତମାନ ଥାଇଲ୍ୟାଣ୍ଡର ରାଜପ୍ରାସାଦରେ ପ୍ରଦର୍ଶିତ ହେଉଛି । ଯାହା ଭାରତୀୟ ଅଳଙ୍କାର କଳାର ଏକ ବିଶ୍ୱ ପ୍ରତୀକ ଭାବେ ଗର୍ବ ବଢ଼ାଇଛି ବୋଲି ରୋହିତ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe