କନକବ୍ୟୁରୋ : ଧଉଳି ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇଛନ୍ତି ପୀଡିତା ନାବାଳିକାଙ୍କୁ ପୁରୁଷ ବନ୍ଧୁ । ଧଉଳି ବୁଲାବୁଲି କରି ଫେରିବା ସମୟରେ କେମିତି ବାଙ୍କୁଆଳ ନଦୀବନ୍ଧରେ ଦୁର୍ବୃତ୍ତମାନେ ଅଟକାଇଥିଲେ । କେମିତି ତାଙ୍କୁ ମାରପିଟ କରି ନଈପଠା ଭିତରକୁ ଟାଣି ଅମାନବୀୟ କାଣ୍ଡ ଭିଆଇଲେ, ଗୋଟି ଗୋଟି କରି ବଖାଣିଛନ୍ତି ପୁରୁଷ ବନ୍ଧୁ । ସେପଟେ ରେଡ୍ଫ୍ଲାଗ ଅର୍ନ୍ତଭୁକ୍ତ ହୋଇଛି ଧଉଳି ଗଣଦୁଷ୍କର୍ମ । ମାମଲାର ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଜଣାଇବେ କ୍ରାଇମବ୍ରାଞ୍ଚ ଏଡିଜି ଓ ମାମଲାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ । ଏହି ମାମଲା କ୍ରାଇମ ଏଗେନଷ୍ଟ ଓମେନ ବା ଉଇଡ ଭାବେ ପରିଗଣିତ ହେବ ।
ଅଧିକ ପଢନ୍ତୁ ... ଧଉଳି ଗଣଦୁଷ୍କର୍ମ ଲଜ୍ଜା: ରେଡଫ୍ଲାଗ ଅନ୍ତର୍ଭୁକ୍ତ ହେଲା ମାମଲା
ବଛା ବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଜଣେ ଡ଼ିଏସପି ପାହ୍ୟାର ଅଫିସର ଧଉଳି ଥାନା ଯାଇ ତଦନ୍ତର ଅଗ୍ରଗତି ବାବଦରେ ବୁଝିବେ। ତଦନ୍ତ କିପରି ତ୍ୱରାନ୍ୱିତ ହେବ, ସେନେଇ ସେ ତଦନ୍ତକାରୀ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ । ମେଡିକାଲ ରିପୋର୍ଟ, ସାଇଣ୍ଟିଫିକ ଟିମର ରିପୋର୍ଟ ସମେତ, ମାମଲାର ଅଗ୍ରଗତି ସହ ଶୀଘ୍ର ଚାର୍ଜସିଟ ପର୍ୟ୍ୟନ୍ତ ସହଯୋଗ କରିବ ସ୍ବତନ୍ତ୍ର ଟିମ୍ , ସେପଟେ ବାରିପଦାରୁ ଆସିଛି ଲଜ୍ଜାଜନକ ଖବର । ବାରିପଦାରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ସଦରଥାନା ଅଞ୍ଚଳରେ ଘଟିଛି ଏହି ଅମାନବୀୟ କାଣ୍ଡ । ବିସ୍କୁଟ୍ ଲୋଭ ଦେଖାଇ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅସୁସ୍ଥ ଶିଶୁକନ୍ୟା ମେଡିକାଲରେ ଭର୍ତ୍ତି । ଏନେଇ ସଦର ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ଗିରଫ କରି ଖୋଳତାଡ଼ ଆରମ୍ଭ କରିଛି ପୁଲିସ ।
ଅନ୍ୟପଟେ ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ଉଦ୍ବେଗ ପ୍ରକାଶ କରିଛନ୍ତି। ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅତ୍ୟନ୍ତ ସ୍ପର୍ଶକାତର ଓ ବିଚଳିତ କରିବା ପରି ବିଷୟ । ରାଜ୍ୟ ରାଜଧାନୀ ଅସୁରକ୍ଷିତ ହୋଇ ପଡ଼ିବା ସହ ବର୍ବରତା ଓ ଅରାଜକତା ସୀମା ଟପୁଛି । ଅପରାଧୀ ଭୟଶୂନ୍ୟ ହେଉଛନ୍ତି। ଯାହାଦ୍ବାରା ସରକାର ବିଶ୍ୱସନୀୟତା ହରାଉଛନ୍ତି। ଆଇନ ଶୃଙ୍ଖଳା ଆଉ କେତେ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି?
ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି। ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ। ଘଟଣା ଘଟିବା ପରେ ନୁହେଁ ବରଂ ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ନବୀନଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ଏହି ଘଟଣାକୁ ନେଇ ରାଜନୀତି କରିବା ଆପଣଙ୍କ ଭଳି ବ୍ୟକ୍ତିତ୍ୱଙ୍କଠାରୁ ଓଡ଼ିଶାର ଲୋକେ କେବେ ବି ଆଶା କରି ନଥିବେ । ସତ ଆଉ କେବେ କହିବେ? ଏହି ଘଟଣାରେ ପୁଲିସର ତ୍ବରିତ ପଦକ୍ଷେପ ଓ ଅଭିଯୁକ୍ତ ଗିରଫ ହେଉଛି ସତ। ଆପଣଙ୍କ ଦେଖେଇବା ରାସ୍ତାରେ ନୁହେଁ; ଏବେ ସରକାରରେ ଆଇନ ତା ବାଟରେ ଯାଉଛି। ଅନୁଭବ ଆଧାରରେ ଚିଠି ଲେଖିଲେ ଖୁସି ହେବୁ ବୋଲି ଏକ୍ସରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଲେଖିଛନ୍ତି ।
Follow Us