ବାଲେଶ୍ୱରର ମେଣ୍ଢାଗାଡିଆ ଗାଁରେ ବାପାର ନାରକୀୟ କାଣ୍ଡ ! କନ୍ୟାସନ୍ତାନ ଜନ୍ମ ହେବାରୁ ନବଜାତକୁ ରାସ୍ତା କଡକୁ ଫିଙ୍ଗିଦେବା ବାପା

40

କନକ ବ୍ୟୁରୋ : ଝିଅଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ଏବେ ବି ବଦଳି ନାହିଁ । କେଉଁଠି ନାଁ କେଉଁଠି ଝିଅଙ୍କୁ ପୁଅଙ୍କ ସହ ସମାନ ବୋଲି ମାନିବା ପାଇଁ ଲୋକେ ନାରାଜ । କେନ୍ଦ୍ର ସରକାର ମହିଳା ଶସକ୍ତିକରଣ ପାଇଁ ଅନେକ ନିୟମ କାନୁନ ପ୍ରଣୟନ କଲେ ମଧ୍ୟ ଆଖିଦୃଶିଆ ପରବର୍ତ୍ତନ ଦେଖିବା ପାଇଁ ମିଳୁନାହିଁ । ଦେଶରେ ଲିଙ୍ଗଭେଦ ଦୂର କରିବା ପାଇଁ ଅର୍ଥାତ ପୁଅ ଓ ଝିଅଙ୍କ ସଂଖ୍ୟାରେ ସମାନତା ଆଣିବାକୁ ରାଜ୍ୟଠାରୁ କେନ୍ଦ୍ର ସରକାରଙ୍କ କେତେକଣ ଯୋଜନା । କେନ୍ଦ୍ରରେ ମୋଦି ସରକାର ବେଟି ପଢାଓ ବେଟି ବଚାଓ ଭଳି କ୍ୟାମ୍ପେନ ଆରମ୍ଭ କରିଥିବାବେଳେ ରଜ୍ୟରେ ନବୀନ ସରକାର ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ତଥାପି କନ୍ୟା ସନ୍ତାନଙ୍କ ପ୍ରତି ପିତାମାତାଙ୍କ ଅନାଦର ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି ।

ନିଜର ପ୍ରଥମ ସନ୍ତାନଭାବେ ଏକ କନ୍ୟା ଜନ୍ମ ହେବାରୁ ତାକୁ ଖୋଦ ବାପା ରାସ୍ତା କଡରେ ଫିଙ୍ଗିଦେବା ଭଳି ଅଭାବନୀୟ ଖବର ଆସିଛି । ଏପରିକି ମାଆ କୋଳରୁ ଲୁଚାଇ ଆଣି ରାସ୍ତାକଡ କଳମ ଗଛ ମୂଳରେ ଫୋପାଡି ଦେଇ ଚାଲିଯିବା ପରେ ଗାଁ ଲୋକେ ଦେଖି ଉଦ୍ଧାର କରିବା ସହ ଝିଅଟିର ବାପାକୁ ନିସ୍ତୁକ ମାଡ ମାରିଛନ୍ତି । ବାଲେଶ୍ୱର ଜିଲ୍ଲା ମେଣ୍ଢାଗାଡିଆ ଗାଁର କୈଳାସ ସାହୁଙ୍କୁ ତାଙ୍କର ଏଭଳି ନାରକୀୟ କାଣ୍ଡ ପାଇଁ ଗାଁ ଲୋକେ ମାଡ ମାରିବାପରେ ପୋଲିସ ପହଂଚି ଉଦ୍ଧାର କରିଛି । ଶିଶୁକନ୍ୟାଟିକୁ ରାସ୍ତା କଡରେ ଫିଙ୍ଗିଦେଇ ଚାଲିଯିବା ପରେ ଗାଁଲୋକେ ଶିଶୁଟିକ କାନ୍ଦଶୁଣି ଉଦ୍ଧାର କରିଥିଲେ । ଛୁଆଟି କାହାର ବୋଲି ଅନୁସନ୍ଧାନ କଲାବେଳେ ତାର ମାଆ ଖୋଜିଖୋଜି ଘଟଣାସ୍ଥଳରେ ପହଂଚିଥିଲେ । ଏହାପରେ ପୁରା ଘଟଣା ପ୍ରଘଟ ହୋଇଥିଲା ।