ବିଦେଶରେ ବଲିଉଡ଼ ଗୀତର କ୍ରେଜ୍ ! ‘ମୁନ୍ନି ବଦନାମ ହୁଇ ଗୀତ’ରେ ନାଚିଲେ ନ୍ୟୁଜିଲାଣ୍ଡ ପୋଲିସ୍

43

ବିଦେଶରେ ମଧ୍ୟ ବଲିଉଡ଼ ଗୀତର କ୍ରେଜ୍ । ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ହିଟ୍ ହେଉଛି । କିନ୍ତୁ ନିକଟରେ ଏମିତି ଏକ ଡାନ୍ସ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାର ଲାଇକ୍ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ନ୍ୟୁଜିଲାଣ୍ଡର ଜଣେ ପୋଲିସ କର୍ମୀ ‘ମୁନ୍ନି ବଦନାମ ହୁଇ’ ଗୀତରେ ଡାନ୍ସ କରିଛନ୍ତି । ପ୍ରକୃତ କଥା ହେଲା ଦୀପାବଳି ଉପଲକ୍ଷେ ନ୍ୟୁଜିଲାଣ୍ଡ କ୍ୟାଟରବୁରୀ ପୋଲିସ ବିଭାଗ ଆୟୋଜନ କରିଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏକ କାର୍ଯ୍ୟକ୍ରମରେ ଷ୍ଟେଜରେ ଡାନ୍ସର ମାନେ ‘ମୁନ୍ନି ବଦନାମ ହୁଇ’ ଗୀତରେ ଡାନ୍ସ ଆରମ୍ଭ କରନ୍ତି । ଏହି ସମୟରେ ସେଠାରେ ମହଜୁଦ ଜଣେ ପୋଲିସ କର୍ମୀ ଡାନ୍ସସଙ୍କୁ ହଟାଇ ନିଜେ ଡାନ୍ସ କରିବାରେ ଲାଗନ୍ତି ।

 

 

 

 

 

 

 

ଜଣେ ପୋଲିସ ଆସି ମୁନ୍ନିି ବଦନାମ ହୁଇ ଗୀତରେ ଡାନ୍ସ କରିବା ପରେ ଜଣକ ପରେ ଜଣେ ସମସ୍ତ ପୋଲିସ ଆସି ଡାନ୍ସ କରିଥିଲେ । ଖବର ଅନୁସାରେ ଏହି ଡାନ୍ସ ଭିଡ଼ିଓ ନ୍ୟୁଜିଲାଣ୍ଡ କ୍ୟୋଟରବୁରୀ ପୋଲିସ ବିଭାଗର ଦୀପାବଳି କାର୍ଯ୍ୟକ୍ରମର । ମୁନ୍ନି ବଦନାମ ହୁଇ ଗୀତ ପରେ ‘ଟନ ଟନା ଟନ ଟନ ତାରା’ ଗୀତରେ ସେମାନେ ଡାନ୍ସ କରିଥିଲେ । ଏହି ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ୯୬୮ ହଜାର ଭିଉ ମିଳିସାରିଛି ।