ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ସିନେମା ‘ଟୟଲେଟ-ଏକ୍ ପ୍ରେମକଥା’ର ନୂଆ ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟରଟି ଅନ୍ୟ ପୋଷ୍ଟର ମାନଙ୍କ ଠାରୁ ଭିନ୍ନ ଲାଗୁଛି । ଏଥିରେ ଅକ୍ଷୟ ଟଙ୍କାମାଳ ପକାଇ ନିଜ ବାରାତରେ ନିଜେ ନାଚୁଥିବାର ଦେଖିବାକୁ ମିଳିଛି । ଆଉ ଏହି ପୋଷ୍ଟରରେ ଲେଖାଯାଇଛି ‘ନୋ ଟଏଲେଟ ନୋ ବ୍ରାଇଡ୍’ ।
ଏହି ସିନେମାର କାହାଣୀ ସ୍ୱଛ ଭାରତ ଅଭିଯାନ ଉପରେ ଆଧାରିତ । ଆଜି ଏହାର ଟ୍ରେଲର ରିଲିଜ କରାଯିବ । ଅକ୍ଷୟଙ୍କ ବିପକ୍ଷରେ ଏହି ସିନେମାରେ ଅଭିନେତ୍ରୀ ଭୂମି ପେଡନେକର ଅଭିନୟ କରୁଛନ୍ତି । ୧୧ ଅଗଷ୍ଟରେ ଏହି ସିନେମା ରିଲିଜ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-11-09h05m11s755.png)