ମୁଖ୍ୟମନ୍ତ୍ରୀଙ୍କ ନୂଆ ରାଜନୈତିକ ସଚିବ ନିଯୁକ୍ତ !

Advertisment
ବଦଳିଲା ସାଧାରଣତନ୍ତ୍ର ଉତ୍ସବର ରୂପ । ଏଥର କଟକରେ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଉତ୍ସବରେ ଅତିଥି ଭାବେ ଯୋଗଦେବେ ନବୀନ ।

କନକ ବ୍ୟୁରୋ : ନିର୍ବାଚନୀ ଯୁଦ୍ଧ ଭିତରେ ବିଜେଡ଼ି ସୁପ୍ରିମୋଙ୍କ ନିର୍ବାଚନୀ ସଚିବ ନିଯୁକ୍ତ ହୋଇଛନ୍ତି । ଡକ୍ଟର ଗୋପବନ୍ଧୁ ଦାସଙ୍କୁ ନବୀନ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଡକ୍ଟର ଗୋପବନ୍ଧୁ ଦାସ ଜଣେ ଅବସରପ୍ରାପ୍ତ ପ୍ରଶାସକ । ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିଲେ ।

ସୋମବାର ଦିନ ଅବସରପ୍ରାପ୍ତ ପ୍ରଶାସକ ଡ. ଗୋପବନ୍ଧୁ ଦାଶ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ବିଜୁ ଜନତା ଦଳର ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ଆଜି ନିଜର ରାଜନୈତିକ ସଚିବ ଭାବେ ନିଯୁକ୍ତ କରିଥିବା କଥା ଏକ ପ୍ରେସ୍ ଇସ୍ତାହାର ଜରିଆରେ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe