କନକ ବ୍ୟୁରୋ : ବାତ୍ୟା ଫନିରେ ଭାଙ୍ଗି ଯାଇଥିବା ରାଜଧାନୀର ୨୦୦ଟି ସ୍ମାର୍ଟ ବସଷ୍ଟପର ପୁନରୁଦ୍ଧାର କାମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୫୩ଟି ବସ୍ ଷ୍ଟପର ମରାମତି ଶେଷ ହୋଇଥିବାବେଳେ ଏଥିରୁ ଗୋଟିକରେ ରୁଟ୍ ଚାର୍ଟ ଲାଗିଛି । ଖୁବ୍ ଶୀଘ୍ର ଏହାର ଆଲୋକୀକରଣ କରାଯିବା ସହ ଡିସ୍ପ୍ଲେ ବୋର୍ଡ ଲଗାଯିବ।
କ୍ରୁଟ୍ର ଜଣେ ଅଧିକାରୀ କହିଛନ୍ତି ଯେ, ଏବେ ଜନପଥରେ ଶିଶୁ ଭବନରୁ ବାଣୀବିହାର, ସଚିବାଳୟ ମାର୍ଗ, ବିମାନବନ୍ଦରରୁ ନନ୍ଦନକାନନ ରାସ୍ତା ଆଦିରେ ଥିବା ବସ୍ ଷ୍ଟପ୍ଗୁଡ଼ିକର ମରାମତି କରାଯିବ । ଏଥିପାଇଁ ଆବଶ୍ୟକୀୟ ଅର୍ଥ ରାଜ୍ୟ ସରକାର କ୍ରୁଟ୍କୁ ଦେଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥ ମିଳିଲେ ବାକି ବସ୍ ଷ୍ଟପ୍ କାମ ଆରମ୍ଭ ହେବ । ଏବେ ଯେତିକି ବସ୍ଷ୍ଟପ୍ କାମ ଶେଷ ହେବ ସେଥିରେ ଓଡ଼ିଆ ଓ ଇଂରାଜୀରେ ରୁଟ୍ ଚାର୍ଟ ଲାଗିବ ।
ସୂଚନାଯୋଗ୍ୟ ହକି ବିଶ୍ବକପ୍ ପୂର୍ବରୁ ରାଜଧାନୀରେ ୨୦୦ଟି ସ୍ମାର୍ଟ ବସ୍ ଷ୍ଟପ୍ ନିର୍ମାଣ ହୋଇଥିଲା । ହେଲେ ବାତ୍ୟାରେ ସବୁ ବସ୍ଷ୍ଟପ୍ କ୍ଷତିଗ୍ରସ୍ତ ହୋଇଥିଲା । ଏହାର ମରାମତି ପାଇଁ ପ୍ରାୟ ୨୩କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା ।