ଠିକଣା ବଦଳାଉଛି କରୋନା । ଧୀରେ ଧୀରେ ଯୋଡି ହେଉଛି ନୂଆ ହଟସ୍ପଟ୍ । ପ୍ରବାସୀ ଫେରିବା ପରେ ବଦଳିଥିଲା ସ୍ଥିତି । ଏବେ ପୁଣି ରାଜ୍ୟରେ ବନୁଛି ନୂଆ ହଟସ୍ପଟ୍

971

କନକ ବ୍ୟୁରୋ : ଦିନକୁ ଦିନ କରୋନାର ସଂକ୍ରମଣ ବଢି ବଢି ଚାଲିଛି । ଅନ୍ୟପଟେ ସ୍ଥାନ ବଦଳାଉଛି ମହାମାରୀ । ପ୍ରଥମେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର କରୋନାର ହଟସ୍ପଟ୍ ଥିବା ବେଳେ ପରେ ଏହା ଗଂଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ସ୍ଥାନ ବଦଳାଇଥିଲା । ଏବେ ପୁଣି ରାୟଗଡା, ଗଜପତି, ସୁନ୍ଦରଗଡ ଓ ସମ୍ବଲପୁର ଭଳି ଜିଲ୍ଲାରେ ସଂକ୍ରମଣ ବଢି ଚାଲିଛି ।

ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ତତ୍ପର ହୋଇ ଉଠିଥିଲେ । ଭୂତାଣୁକୁ କିପରି ଅଧିକ ମାଡିବାକୁ ଦିଆଯିବନାହିଁ, ସେଥିପାଇଁ ପଦକ୍ଷେପ ନିଆଯାଇଥିଲା । ଫୋକସରେ ଥିଲା ଭୁବନେଶ୍ୱର ।

 


ମାର୍ଚ୍ଚରୁ ମେ’ ମାସ – ହଟସ୍ପଟ୍ ଜିଲ୍ଲା ଭାବେ ୧ ନମ୍ବରରେ ଥିଲା ଖୋର୍ଦ୍ଧା
୨ ନମ୍ବରରେ ରହିଥିଲା ଯାଜପୁର
୩ ନମ୍ବରରେ ଥିଲା ବାଲେଶ୍ୱର
ମେ’ ମାସ ପ୍ରଥମ ସପ୍ତାହ – ହଟସ୍ପଟ ଭାବେ ୧ ନମ୍ବରକୁ ଆସିଗଲା ଯାଜପୁର
ଖୋର୍ଦ୍ଧା ୨ ନମ୍ବରରେ ରହିଥିବା ବେଳେ ବାଲେଶ୍ୱରକୁ କାଟି ୩ ନମ୍ବର ସ୍ଥାନକୁ ଆସିଗଲା ଗଂଜାମ
ମେ’ ୮ ତାରିଖ – କରୋନା ସଂକ୍ରମଣରେ ୧ ନମ୍ବର ସ୍ଥାନରେ ପହଁଚିଗଲା ଗଂଜାମ, ୨ ନମ୍ବରରେ ଯାଜପୁର ଓ ୩ ନମ୍ବରରେ ରହିଥିଲା ଖୋର୍ଦ୍ଧା
ମେ’ ୧୫ ତାରିଖ – ଗଂଜାମ ୧ ନମ୍ବର, ୨ ନମ୍ବରରେ ଯାଜପୁର, ଖୋର୍ଦ୍ଧାକୁ କାଟି ବାଲେଶ୍ୱର ପହଁଚିଲା ୩ ନମ୍ବରରେ

ଜୁନ ୮ ତାରିଖ – ଗଂଜାମ ୧ ନମ୍ବର, ଯାଜପୁର ୨ ନମ୍ବର, ଖୋର୍ଦ୍ଧା ୩ ନମ୍ବରରେ ପହଁଚିଲା
ଜୁନ ୧୨ ତାରିଖ – ପୂର୍ବଭଳି ଗଂଜାମ ୧ ନମ୍ବରରେ ରହିଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ ବଢ଼ି ରାଜ୍ୟରେ ୨ ନମ୍ବର ସ୍ଥାନରେ ରହିଲା, ୩ ନମ୍ବରକୁ ଆସିଗଲା କଟକ
ଜୁନ ୧୨ ତାରିଖରୁ ଅଗଷ୍ଟ ୭ – ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଗଂଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲା ରହିଥିବା ବେଳେ ଏହାକୁ ତାଳ ଦେଇ ଆଗ ପଛ ହୋଇ ସୁନ୍ଦରଗଡ, ଗଜପତି ଓ ଯାଜପୁରରେ ସଂକ୍ରମଣ ବଢ଼ି ଚାଲିଛି । ଏବେ ରାୟଗଡ଼ା ଆଉ ଏକ ହଟସ୍ପଟ୍ ଜିଲ୍ଲାରେ ଭାବେ ସାମ୍ନାକୁ ଆସିଛି ।

ଦେଶରେ ମଧ୍ୟ ଜାଗା ବଦଳାଉଛି କରୋନା । ମୁମ୍ବାଇ ଓ ଦିଲ୍ଲୀ ଭଳି ସହରରେ ଯେଭଳି ସଂକ୍ରମଣ ବଢୁଥିଲା, ଧୀରେ ଧୀରେ ଛୋଟ ସହର ବି କରୋନା ଜାଲରେ ଛନ୍ଦି ହୋଇ ଯାଉଛନ୍ତି ।