ନିର୍ମଳାଙ୍କ ବଜେଟ ପେଡ଼ିରେ ଶିକ୍ଷାକୁ ଗୁରୁତ୍ୱ : ଆସିବ ନୂଆ ଶିକ୍ଷାନୀତି, ଦେଶରେ ଖୋଲିବ ଗବେଷଣା ପ୍ରତିଷ୍ଠାନ

199

କନକ ବ୍ୟୁରୋ : ବଜେଟରେ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ସାରା ଦେଶରେ ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଜରୁରୀ । ଚଳିତ ବଜେଟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜୋର ଦେଇଛନ୍ତି ସରକାର । ଭାରତକୁ ଉଚ୍ଚଶିକ୍ଷାର ହବରେ ପରିଣତ କରାଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଉଚ୍ଚଶିକ୍ଷା ପାଇଁ ୪୦୦ କୋଟି ଟଙ୍କାର ଫଣ୍ଡ ବିନୋଯୋଗ କରାଯିବ । ଦେଶରେ ଛାତ୍ରଛାତ୍ରୀଙ୍କ ମୂଳଦୂଆକୁ ଦୃଢ଼ କରିବା ପାଇଁ ଦେଶରେ ଗବେଷଣାକୁ ପ୍ରାଧାନ୍ୟ ଦିଆଯିବ । ଦେଶରେ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଆସିବ । ବିଶ୍ୱର ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ଭିତରେ ଭାରତର ୩ ଶିକ୍ଷାନୁଷ୍ଠାନ ରହିଛି । ଉଚ୍ଚ ଶିକ୍ଷା ପାଇଁ ଭିନ୍ନ ନିୟମ ପ୍ରଣୟନ କରାଯିବ ।

http://www.indiaeducation.net/

ବର୍ତ୍ତମାନ ଅନଲାଇନ୍ ପାଠ୍ୟକ୍ରମର ଅଧିକ ଚାହିଦା ରହିଛି । ତେଣୁ ଦେଶରେ ଅନଲାଇନ କୋର୍ସ ବଢାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ମେସିନ ଲର୍ଣ୍ଣିଂ, କୃତ୍ରିମ ବୁଦ୍ଧିମତ୍ତା ଓ ଡାଟା ଆନାଲିସିସ ଆଦି ଜ୍ଞାନକୌଶଳର ବ୍ୟବହାର ମାଧ୍ୟମରେ ବ୍ୟକ୍ତିଗତ ଗ୍ରହଣୀୟ ଶିକ୍ଷା ଦ୍ୱାରା ଉପକୃତ ହୋଇପାରିବେ ଛାତ୍ରଛାତ୍ରୀ । ଳବିଦେଶୀ ଛାତ୍ରଙ୍କ ପାଇଁ ଷ୍ଟଡି ଇଂଣ୍ଡିଆ ଯୋଜନା ଆରମ୍ଭ କରାଯିବ । ଭାରତରେ ବିଦେଶୀ ଛାତ୍ରଛାତ୍ରୀ ପଢିବା ପାଇଁ ନୂଆ ଶିକ୍ଷା ନୀତି ଆସୁଛି । ଏହାବ୍ୟତୀତ ଖେଳର ବିକାଶ ପାଇଁ ବୋର୍ଡ ଗଠନ ହେବ । ଦେଶରେ ରାଷ୍ଟ୍ରୀୟ ଖେଳ ଶିକ୍ଷା ବୋର୍ଡ ଗଠନ କରାଯିବ । ୧ କୋଟି ଛାତ୍ରଙ୍କ ପାଇଁ ସ୍କିଲ ଇଣ୍ଡିଆ ଯୋଜନା କରାଯିବ ।