ଆଜି ରାଜ୍ୟରୁ ୨୫୮୯ ନୂଆ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୧୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୧୫ । ଖୋର୍ଦ୍ଧାରୁ ୪୬୬ ନୂଆ ପଜିଟିଭ । ୨୪ ଘଣ୍ଟାରେ ୧୦ ମୃତ

510

କନକ ବ୍ୟୁରୋ : ରାଜ୍ୟରେ ଆଜି ପୁଣି ୨୫ଶହ ୮୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫ଶହ ୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହଜାରେ ୧୫ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୨୯ଟି ଜିଲ୍ଲାରୁ ୨୫ଶହ ୮୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ୪୬୬ ଜଣ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଗଂଜାମରୁ ୨୪୨ଜଣ, କଟକରୁ ୨୨୨, ପୁରୀରୁ ୨୩୫, ରାୟଗଡ଼ାରୁ ୨୧୧, ମୟୁରଭଂଜରୁ ୧୧୭, ବାଲେଶ୍ୱରରୁ ୧୫୦, ସୁନ୍ଦରଗଡ଼ରୁ ୧୫୫, କୋରାପୁଟରୁ ୯୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୦, ବରଗଡ଼ରୁ ୬୭, ଭଦ୍ରକରୁ ୪୭, ବୌଦ୍ଧରୁ ୧୬, ଢେଙ୍କାନାଳରୁ ୨୫, ଗଜପତିରୁ ୩୬, ଜଗତସିଂହପୁରରୁ ୨୧, ଯାଜପୁର୯୫, ଝାରସୁଗୁଡ଼ା ୧୮, କଳାହାଣ୍ଡିରୁ ୪୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳରୁ ୩୦, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୫୩,କୋରାପୁଟରୁ ୯୨, ମାଲକାନାଗିରିରୁ ୭୩ଜଣ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ନବରଙ୍ଗପୁରରୁ ୩୬, ନୟାଗଡରୁ ୧୧, ନୂଆପଡ଼ାରୁ ୬, ସମ୍ବଲପୁରରୁ ୬୬, ସୋନପୁରରୁ ୨୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର୧୨୨କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୪୫ହଜାର୩୧୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୧ହଜାର ୩୮୩ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ସେହିପରି ରାଜ୍ୟରେ ଗତ ୨୪ ଘଂଟାରେ ରେକର୍ଡ ୫୩ ହଜାର ୧୫ ନମୁନା ପରୀକ୍ଷା ହୋଇଛି । ଏଥିମଧ୍ୟରୁ ୪୭ ହଜାର ୮୩୪ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ଆରଟିପିସିଆର ଟେଷ୍ଟ ହୋଇଛି ୫ ହଜାର ୬୮ ।