ବାଲେଶ୍ୱରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୭୮କୁ ବୃଦ୍ଧି

2,120

କନକ ବ୍ୟୁରୋ : ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ନୂଆ ଆକ୍ରାନ୍ତ ଜଣକ ବାଲେଶ୍ୱରର ବୋଲି ସୂଚନା ମିଳିଛି ।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ସେପଟେ ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୭୮ କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

ଆଜି ସକାଳେ ଗଞ୍ଜାମରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଜଣେ ଆକାନ୍ତ ପ୍ରାଣ ହରାଇଛନ୍ତି । ଯାଜପୁରରେ ସର୍ବାଧିକ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୪୭, ବାଲେଶ୍ୱରରେ ୨୫, ଭଦ୍ରକ ୨୧, ସୁନ୍ଦରଗଡ ୧୨, ଗଂଜାମରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ବଲାଙ୍ଗିର, ଝାରସୁଗୁଡା, କେନ୍ଦୁଝର, କେନ୍ଦ୍ରାପଡା, କଟକ, କଳାହାଣ୍ଡି ଜିଲ୍ଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ୍ ଆକ୍ଟିଭ୍ କେସ୍ ସଂଖ୍ୟା ୧୧୬ ରହିଛି । ୬୦ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ଏବେ ସୁଦ୍ଧା କରୋନା ସଂକ୍ରମଣରେ ୨ ଜଣ ପ୍ରାଣ ହରାଇଛନ୍ତି ।