କଟକରେ ହେବ ନୂଆ ସିଡିଏ :  ଯୋବ୍ରା ମହାନଦୀ ପଠାରୁ ବାହାରିବ ୪ଶହ ଏକର ନୂଆ ଜାଗା, ତିଆରି ହେବ ଏସସିବିର ଦ୍ୱିତୀୟ କ୍ୟାମ୍ପସ

771

କନକ ବ୍ୟୁରୋ : କଟକରେ ହେବ ନୂଆ ସିଡିଏ । ବାଲିଯାତ୍ରା ଯୋବ୍ରା ମହାନଦୀ ପଠା ମଧ୍ୟରେ ୪୦୦ ଏକର ନୂଆ ଜାଗା ବାହାରିବ । ଏହି ନୂଆ ଜାଗାରେ ଏସସିବିରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯିବ । ବାଲିଯାତ୍ରା ପଡ଼ିଆର ବିକାଶ ହେବ । ଏଠାରେ ନିୟମିତ ଭାବେ ଯେପରି କନ୍‌ଭେନ୍‌ସନ୍‌ ଓ କନ୍‌ଫ୍ରେନ୍‌ସ ହୋଇପାରିବ, ତା’ପାଇଁ ପଦକ୍ଷେପ ନିଆଯିବ। ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି ।  କିଛି ସରକାରୀ ଅଫିସ୍ ଓ ବାସପୋଯୋଗୀ ଜମି ମଧ୍ୟ ବାହାରିବ । ନୂଆ ଜାଗାରେ ସ୍ପୋଟର୍ସ କମ୍ଫେକ୍ସ ଓ ୱାଟର ସ୍ପୋଟର୍ସ କମ୍ଫେକ୍ସ ମଧ୍ୟ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।

କଟକର ନବୀନକରଣ ଉପରେ ଗୁରତ୍ୱ ଦେଉଛନ୍ତି ସରକାର । ପୁରୀ ପରେ ଭୁବନେଶ୍ୱର ଆଉ ଏବେ ପ୍ରାଚୀନ ସହର କଟକ ପାଇବ ନୂଆ ରୂପ । କଟକରେ ନୂଆ ସିଡ଼ିଏ ହେବାପରେ ରୋଗୀ ସେବା ଉନ୍ନତ ହେବ । ଆଉ କଟକ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସୁଧାର ଆସିବ । ବର୍ତ୍ତମାନ କଟକର ପର୍ଯ୍ୟଟନ କ୍ଷେତ୍ରରେ ସେପରି ଆଖିଦୃଶିଆ ବ୍ୟବସ୍ଥା ନାହିଁ । ନୂଆ ସିଡ଼ିଏ ତିଆରି ହେବାପରେ ଜଳଗହଳି ପୂର୍ଣ୍ଣ ସହରର ବିକାଶ ହୋଇପାରିବ ବୋଲି ଅଶା କରାଯାଉଛି ।

ସେପଟେ ନୂଆ ସିଡ଼ିଏରେ ଏସିସିବିର ଦ୍ୱିତୀୟ କ୍ୟାମ୍ପସ ହେଲେ ସହରରେ ଭିଡ଼ କମ୍ ହେବା ସହ ଦୂରଦୁରାନ୍ତରରୁ ଆସୁଥିବା ରୋଗୀ ଉପକୃତ ହୋଇପାରିବେ । ଅନ୍ୟପଟେ କଟକ ସହରର ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିବ ।