ସୋନପୁର ଛୁଇଁଲା କରୋନା । ରାଜ୍ୟରେ ଆଜି ଆଉ ୭୯ ପଜିଟିଭ୍ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି

1,150

କନକ ବ୍ୟୁରୋ : ସାରା ରାଜ୍ୟରେ କାୟା ବିସ୍ତାର କରୁଛି ଅଦୃଶ୍ୟ ଭାଇରସ୍ । ଜିଲ୍ଲା ପରେ ଜିଲ୍ଲା ଡେଇଁବାରେ ଲାଗିଛି କରୋନା । ଆଜି ରାଜ୍ୟରେ ନୂଆ ୭୯ କରୋନା ପଜିଟିଭ୍ ଚିହ୍ନଟ ସହ ସୋନପୁର ଜିଲ୍ଲାକୁ ଛୁଇଁଛି କରୋନା । ରାଜ୍ୟରେ ଏବେ ସୁଦ୍ଧା ମୋଟ୍ ୨୯ ଜିଲ୍ଲାକୁ ଛୁଇଁସାରିଛି କରୋନା ଭାଇରସ୍ । ମୋଟ୍ ୧୫ଟି ଜିଲ୍ଲାରୁ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ୭୧ ସଙ୍ଗରୋଧ କେନ୍ଦ୍ରର ଓ ୮ଜଣ ସ୍ଥାନୀୟ ବ୍ୟକ୍ତି ଥିବା ଜଣାପଡ଼ିଛି ।

ନୂଆ ୭୯ କରୋନା ପଜିଟିଭ୍ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୧୬ ଜଣ ଏବଂ ବଲାଙ୍ଗିରରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝରରୁ ୮ ଜଣ, କେନ୍ଦ୍ରାପଡାରୁ ୬, କନ୍ଧମାଳରୁ ୭ , ଗଂଜାମରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବାଲେଶ୍ୱର, ଖୋର୍ଧା , ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଠାବ ହୋଇଛନ୍ତିା ଢେଙ୍କାନାଳରୁ ୩ ଜଣ, ଯାଜପୁରରୁ ୨ ଜଣ, ଅନୁଗୁଳ, ଝାରସୁଗୁଡା ଏବଂ ସୋନପୁରରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଠାରେ ମିଳିଛି କରୋନା ଭୂତାଣୁ । ରାଜ୍ୟରେ ଏବେ ଗଂଜାମ ଜିଲ୍ଲାରେ ସର୍ବାଧିକ ୩୫୮ ଜଣଙ୍କ ଠାରେ ମିଳିଛି କୋଭିଡ ୧୯ ଭୂତାଣୁ ।

Comments are closed.