ଓଡ଼ିଶାରେ ଆଉ ୬ କରୋନା ପଜିଟିଭ୍ : ଯାଜପୁରରୁ ୪ ଓ ଭଦ୍ରକରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

3,888

କନକ ବ୍ୟୁରୋ : ତାଲାବନ୍ଦ ସତ୍ୱେ ରାଜ୍ୟରେ ବଢ଼ୁଛନ୍ତି ସଂକ୍ରମିତ । ଓଡ଼ିଶାରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ । ଯାଜପୁରରେ ୪ ଓ ଭଦ୍ରକରେ ୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ୬ ଜଣଙ୍କୁ ମିଶାଇ ମୋଟ ୧୬୯ରେ ପହଞ୍ଚିଛି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ତେବେ ଏଥି ମଧ୍ୟରୁ ୧୦୮ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବଂ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ରେଡ଼୍ ଜୋନରେ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଚିନ୍ତା ବଢ଼ାଉଛି ଯାଜପୁର । ରାଜ୍ୟର ନୂଆ ହଟସ୍ପଟ ଯାଜପୁରରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି । ଅନ୍ୟପଟେ ଭଦ୍ରକରେ ୨୧ରେ ପହଞ୍ଚିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭଦ୍ରକରେ କିଛି ଦିନ ବ୍ୟବଧାନ ପରେ ପୁଣି ବଢ଼ିଛି ସଂଖ୍ୟା । ଯାହା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି ।

ତେବେ ଆଜି ଚିହ୍ନଟ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ନୂଆ ଆକ୍ରାନ୍ତଙ୍କ ବିଷୟରେ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।