ଭୁବନେଶ୍ୱର ଆଜି ୪୫ ଆକ୍ରାନ୍ତ ଚିହ୍ନଟ । ୩୭ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ 

5,292

କନକ ବ୍ୟୁରୋ : ଆଜି ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୦ ଆକ୍ରାନ୍ତ । ସେଥିରୁ ଭୁବନେଶ୍ୱରର ୪୫ ଜଣ ଆକ୍ରାନ୍ତ ଅଛନ୍ତି । ୪୫ ପଜିଟିଭରୁ ୩୭ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୮ ଜଣ ଲୋକାଲ କଂଟାକ୍ଟ । ହଂସପାଳ, ଚକେଇଶିଆଣୀ, ଲକ୍ଷ୍ମୀସାଗର, ୟୁନିଟ ଫୋର, ଅଶୋକ ନଗର, ବରମୁଣ୍ଡ ଜଗନ୍ନାଥ ବିହାର, ଓଲ୍ଡ ଟାଉନରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମଂଚେଶ୍ୱର କଳିଙ୍ଗ ବେକରି ପାଖରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଗାଁରେ ୬ ପଜିଟିଭି ଚିହ୍ନଟ ହୋଇଛନ୍ତି ।

ସେପଟେ ଗତକାଲି ରେକର୍ଡ ସଂଖ୍ୟକ ୫୬୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେହିପରି ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗଂଜାମରୁ ୩ ଜଣ ଓ ଖୋର୍ଦ୍ଧାରୁ ୨ ଜଣ ଅଛନ୍ତି ।  ସେହିପରି ୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ  ସଂଗରୋଧ କେନ୍ଦ୍ରରୁ ୩୫୫ ଆକ୍ରାନ୍ତ ଥିବା ବେଳେ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଗଂଜାମରୁ ସର୍ବାଧିକ ୨୧୬ ପଜିଟିଭ ରହିଥିବା ବେଳେ, ଖୋର୍ଦ୍ଧାରୁ ୫୦, ମୟୁରଭଂଜରୁ ୨୮, ନବରଙ୍ଗପୁରରୁ ୧୧, ପୁରୀରୁ ୧୮ ଜଣ, ଜଗତସିଂହପୁରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗୁଡରୁ ୩୬, ସମ୍ବଲପୁରରୁ ୬, ଗଜପତିରୁ ୭ ଓ ଝାରସୁଗୁଡା ଏବଂ କନ୍ଧମାଳରୁ ୮ ଜଣ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୮ ହଜାର ୬୦୧ରେ ପହଚିଂଛି । ରାଜ୍ୟରେ ଏଯାଏ କରୋନାରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି ।