ରାଜ୍ୟରେ ୨୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ । ଚିନ୍ତା ବଢାଉଛି ଖୋର୍ଦ୍ଧା, ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୫୨୪ ପଜିଟିଭ । ସଙ୍ଗରୋଧରୁ ୧୭୯୨ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୬ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦, ୦୨୦ରେ ପହଞ୍ଚିଲା ।

525

କନକ ବ୍ୟୁରୋ : ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮ଶହ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ଟି ଜିଲ୍ଲାରେ ୧୦୦ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ୨୮ ଶହ ୯୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୭ଶହ ୯୨ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୧ଶହ ୬ଜଣ ଅଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୫୨୪ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୟାଗଡ଼ରୁ ୨୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ଆକ୍ରାନ୍ତ ସଂଖ୍ୟା ୨୨୬ ରହିଛି ।

ସେହିପରି ଯାଜପୁରରୁ ୬୯, ସୁନ୍ଦରଗଡରୁ ୧୦୧, ପୁରୀରୁ ୧୦୪, ମୟୂରଭଞ୍ଜରୁ ୫୩, ବାଲେଶ୍ୱରରୁ ୧୪୦, ରାୟଗଡାରୁ ୧୦୫, ଭଦ୍ରକରୁ ୧୦୭ ଜଣ, ମାଲକାନଗିରିରୁ ୫୬, ଗଜପତିରୁ ୫୩, କେନ୍ଦ୍ରାପଡା ୫୭, କନ୍ଧମାଳରୁ ୬୩କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୬ଜଣ, ବରଗଡ଼ରୁ ୯ଜଣ, ବଲାଙ୍ଗିରରୁ ୧୭୩ ଜଣ, ବୌଦ୍ଧରୁ ଜଣେ, ଦେଓଗଡ଼ରୁ ୩ଜଣ, ଢ଼େଙ୍କାନାଳରୁ ୪୪ଜଣ, ଜଗତସିଂହପୁରରୁ ୮୪, ଝାରସୁଗୁଡ଼ାରୁ ୪୯ଜଣ, କଳାହାଣ୍ଡିରୁ ୭୬ଜଣ, କୋରାପୁଟ ୧୩୨ଜଣ, ନବରଙ୍ଗପୁର ୩୭ଜଣ, ନୂଆପଡ଼ାରୁ ୮ଜଣ, ସମ୍ବଲପୁରରୁ ୭୭, ସୋନପୁରରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ୨୪ ଘଂଟାରେ ରାଜ୍ୟରେ ୮ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪ଜଣ ଥିିବା ବେଳେ ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ପୁରୀରୁ ଜଣେ ଲେଖାଏଁ ଅଛନ୍ତି । ଏବେ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୮୦ରେ ପହଂଚିଛି ।