ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି । ୨୪ ଘଣ୍ଟାରେ ୧୨୧୫ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୭୫୩, ସ୍ଥାନୀୟ ଅଞ୍ଚଳୁ ୪୬୨ ଆକ୍ରାନ୍ତ

264

କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି ପାଉଛି ସଂକ୍ରମଣ ହାର । ୨୪ ଘଣ୍ଟାରେ ଓଡ଼ିଶାର ୨୮ ଜିଲ୍ଲାରୁ ୧୨୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିବାରେ ଲାଗିଛି । ଗଞ୍ଜାମରେ ସଂକ୍ରମିତଙ୍କ  ସଂଖ୍ୟା ୯ ହଜାର ପାର କରିସାରିଛି । ଏହାସହ ବର୍ତ୍ତମାନ ସମୟରେ ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଗଜପତିରେ ସଂକ୍ରମଣ ଉପରମୁହାଁ ରହିଛି ।

ରାଜ୍ୟରେ ସମୁଦାୟ ସଂକ୍ରମଣର ପ୍ରାୟ ୩୫ ପ୍ରତିଶତ ଯୋଗୀ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି । ଚଳିତ ମାସ ବ୍ୟାପୀ କରୋନା ବୃଦ୍ଧି ହାର ଜାତୀୟ ହାର ଠାରୁ ଅଧିକ ରହିଥିବା ଦେଖଶବାକୁ ମିଳିଛି । ଯାହାକି ରାଜ୍ୟ ପାଇଁ ବେଶ୍ ଚିନ୍ତା ଜନକ ।

ଗତ ୨୪ ଘଣ୍ଟାରେ ମୋଟ୍ ୧୨୧୫ ନୂଆ କରୋନା ପଜିଟିଭ । କ୍ୱାରେଣ୍ଟାଇନ ସେଣ୍ଟରରୁ ୭୫୩, ସ୍ଥାନୀୟ ଅଞ୍ଚଳୁ ୪୬୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୩୩୨, ଖୋର୍ଦ୍ଧାରୁ ୩୧୨, ଗଜପତିରୁ ୮୯ ଚିହ୍ନଟ ହୋଇଛନ୍ତି ।  ଅନୁଗୁଳରୁ ୧୧ ବାଲେଶ୍ବର ଜିଲ୍ଲାରୁ ୨୯, ବରଗଡ଼ ଜିଲ୍ଲାରୁ ୧୦, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୨୧, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୬୦, ଦେବଗଡ଼ ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୧, ଗଜପତି ଜିଲ୍ଲାରୁ ୮୯, ଜଗତସିଂହପୁର ଜିଲ୍ଲାରୁ ୪୭, ଯାଜପୁର ଜିଲ୍ଲାରୁ ୨୦, ଝାରସୁଗୁଡ଼ା ଜିଲ୍ଲାରୁ ୨, କଳାହାଣ୍ଡି ଜିଲ୍ଲାରୁ ୮, କନ୍ଧମାଳ ଜିଲ୍ଲାରୁ ୧୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୭୭, ଖୋର୍ଦ୍ଧା ଜିଲ୍ଲାରୁ ୩୧୨, କୋରାପୁଟ ଜିଲ୍ଲାରୁ ୭୩, ମାଲକାନଗିରି ଜିଲ୍ଲାରୁ ୧୪, ମୟୂରଭଞ୍ଜ ଜିଲ୍ଲାରୁ ୨୨, ନୟାଗଡ଼ ଜିଲ୍ଲାରୁ ୭, ନୂଆପଡ଼ା ଜିଲ୍ଲାରୁ ୮, ପୁରୀ ଜିଲ୍ଲାରୁ ୧୧, ରାୟଗଡ଼ା ଜିଲ୍ଲାରୁ ୨୪, ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ୍ ୧୭,୩୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୪୫ ରହିଛି।