ରାଜ୍ୟରେ ଆଉ ୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ କୁ ବୃଦ୍ଧି । ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ

2,138

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ପଜିଟଭଙ୍କ ସଂଖ୍ୟା । ଆଜି ଆଉ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୭ଟି ଜିଲ୍ଲାରୁ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ କଲ୍ୟାଣ ବିଭାଗ ସୂଚନା ଅନୁସାରେ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଆଜି ସର୍ବାଧିକ ଜଗତସିହଂପୁରରେ ୩୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରେ ୧୦୦ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ୧୧ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି । ଆଜି ଚିହ୍ନଟ ହୋଇଥିବା ୧୧୦ ଜଣଙ୍କ ମଧ୍ୟରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ, ରାୟଗଡାରୁ ୪, କଟକରୁ୨୦, ଝାରସୁଗୁଡାରୁ୧, ଖୋର୍ଦ୍ଧାରୁ୧୪, ନୟାଗଡରୁ୪, ବରଗଡରୁ୨, ଭଦ୍ରକରୁ୧, କଳାହାଣ୍ଡିରୁ୪, ଗଜପତିରୁ୧୧, ପୁରୀରୁ୭, ବଲାଙ୍ଗୀରରୁ୧, କେନ୍ଦ୍ରାପଡାରୁ୧, ମୟୂରଭଞ୍ଜରୁ୪, କୋରାପୁଟରୁ୧, କେନ୍ଦୁଝରରୁ୧, ବୌଦ୍ଧରୁ ୧ ଜଣ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୧୮୫୪୧୦ଟି ନମୁନା ପରୀକ୍ଷା ହୋଇଥିବାବେଳେ ଏଥିମଧ୍ୟରୁ ୩୨୫୦ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଏମାନଙ୍କ ମଧ୍ୟରୁ ୨୧୩୩ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୧୦୬ଟି ସକ୍ରିୟ ମାମଲା ରହିଛି | ସେହିପରି ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି |