ଭାରତୀୟ ଅଞ୍ଚଳକୁ ନିଜର ଦର୍ଶାଇ ନେପାଳ ଆଣୁଛି ନୂଆ ମ୍ୟାପ୍ : ସଂସଦରେ ନୂଆ ମ୍ୟାପକୁ ସର୍ବସମ୍ମତିରେ ପାରିତ କରିବାକୁ ଯୋଜନା, କମ୍ୟୁନିଷ୍ଟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀଙ୍କ ସମର୍ଥନ

561

କନକ ବ୍ୟୁରୋ : ଭାରତୀୟ ଅଂଚଳକୁ ନିଜର ଦର୍ଶାଇ ନେପାଳ ଆଣୁଛି ନୂଆ ମ୍ୟାପ୍ । ନେପାଳ ସଂସଦରେ ଏହି ନୂଆ ମ୍ୟାପକୁ ସର୍ବସମ୍ମତିରେ ପାରିତ କରିବାକୁ ବି ଯୋଜନା କରାଯାଇଛି । ଏଥିପାଇଁ ନେପାଳର କମ୍ୟୁନିଷ୍ଟ ସରକାର ସମସ୍ତ ପ୍ରସ୍ତୁତି ବି କରିଛନ୍ତି । ନେପାଳ ସରକାରଙ୍କ ଏହି ନିଷ୍ପତିକୁ ବିରୋଧୀ ବି ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ସମସ୍ୟାର କଥା ହେଉଛି ନେପାଳର ଏହି ମ୍ୟାପକୁ ଗ୍ରହଣ କରିବ ନାହିଁ ଭାରତ । କାରଣ ନେପାଳ ନୂଆ ମ୍ୟାପରେ ଭାରତ ସେହି ଅଂଶ ଗୁଡିକୁ ନିଜର ବୋଲି ଦାବି କରିଛି, ଯାହାକୁ ନେଇ ବିବାଦ ଦେଖାଦେଇଛି ।

ଭାରତ-ନେପାଳ ସୀମାରେ ଥିବା କଳାପାଣି , ଲିମ୍ପିୟାଧୁରା ଏବଂ ଲିପୁଲେଖ ପାସ୍କୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଦେଖା ଦେଇଛି । କାଲି ନଦୀ ନେପାଳର ପଶ୍ଚିମ ସୀମାନ୍ତ ବୋଲି ଇତିହାସ ବିଦିତ । ଏବେ କିନ୍ତୁ କାଲିନଦୀ ଏବଂ କଳାପାଣିକୁ ନେପାଳ ନିଜର ବୋଲି ଦାବି କରୁଛି । ସୀମା ବିବାଦକୁ ନେଇ ନେପାଳର ଆଲୋଚନା ପ୍ରସ୍ତାବକୁ ଭାରତ ଅଗ୍ରାହ୍ୟ କରିଦେଇଛି । କହିଛି ସୀମାରେ ସୌହାର୍ଦ୍ଦ୍ୟ ବାତାବରଣ ପ୍ରଥମେ ସୃଷ୍ଟି କରୁନେପାଳ , ପରେ ଯାହା କିଛି ଆଲୋଚନା ହେବ ।