କନକ ବ୍ୟୁରୋ : ଶ୍ରୀହୀନ ହୋଇପଡ଼ିଛି ସୋନପୁର ରାଜପ୍ରାସାଦ । ରାଜାରାଜୁଡ଼ା ଶାସର ନାହିଁ କି ରାଜପ୍ରସାଦାର ଶୋଭା ମଧ୍ୟ ଆଉ ନାହିଁ । ଗଡ଼ଜାତର ସଂସ୍କୃତି, ପରମ୍ପରା ଓ ସଭ୍ୟତା ବଖାଣୁଥିବା ରାଜଉଆସ ଆଜି ପରିତ୍ୟକ୍ତ ହୋଇପଡ଼ିଛି । ଗଛ, ଲତା ଓ ଆବର୍ଜନାରେ ଭରିଯାଇଛି ରାଜଉଆସ । ରକ୍ଷାଣାବେକ୍ଷଣ ଅଭାବରୁ ଅବହେଳିତ ହୋଇପଡ଼ିଛି ସୋନପୁର ରାଜପ୍ରାସାଦ । ହେଲେ ଜିଲ୍ଳା ପ୍ରଶାସନର ଏଥିପ୍ରତି ନିଘା ନାହିଁ ।
ସୋନପୁର ରାଜ ମହଲ ଯାହା ଦିନେ ନିଜର କଳା, ସାହିତ୍ୟ, ସଂସ୍କୃତି ତଥା ସ୍ଥାପତ୍ୟ ପାଇଁ ସାରା ଓଡ଼ିଶାରେ ନାମ କରିଥିଲା ଆଜି ଏକ ଆବର୍ଜନା କୁଣ୍ଡ। ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକଥା ।@BBSRBuzz@DM_Subarnapur@CMO_Odisha@odisha_tourism@VAdkri@discoverbbsr@OdiaCulture@OdiaHistorypic.twitter.com/cOF8494izD
— Shibashish Mahapatra (@shibashish_shre) August 10, 2019
ସୋନପୁରର ଇତିହାସ ଗଢ଼ିଥିବା ରାଜାଙ୍କ ଉଆସ ଆଜି ଦୁର୍ଦ୍ଦିନରେ । ମହାନଦୀ କୂଳରେ ଛିଡ଼ିହୋଇଛି ରାଜପ୍ରାସାଦ । ରାଜପ୍ରାସାଦର ପୂର୍ବ ଚମକ ଆଉ ନାହିଁ । ରାଜତନ୍ତ୍ରର ଗାଥା ଗାଉଥିବା ରାଜପ୍ରାସାଦ ମଳିନ ପଡ଼ିଛି । ସୁବର୍ଣ୍ଣପୁରର ଇତିହାସ ପରମ୍ପରା, କଳା ସଂସ୍କୃତିକୁ ବଜାୟ ରଖିଥିବା ରାଜପ୍ରଦାସର ଆଜି ବିପଦରେ । ରାଜ ପରିବାର ଉଆସ ଛାଡ଼ିବା ପରେ ସାଧାରଣ ଲୋକଙ୍କ ପାଇଁ ପାଲଟିଥିଲା ପର୍ଯ୍ୟଟନ ସ୍ଥଳୀ । ରାଜଉଆସରେ ଏବେ ଶୂନ୍ୟତା ମାଡ଼ିପଡ଼ୁଛି ।
ହେଲେ ରାଜରାଜୁଡ଼ା ଶାସନର ମୁକସାକ୍ଷୀ ପାଲଟି ଛିଡ଼ା ହୋଇଛି ସୋନପୁର ରଜଉଆସ । ବ୍ୟକ୍ତିଗତ ଭାବେ ଅନେକ ଲୋକ ଚେଷ୍ଟା କରିଥିଲେ ହେଁ କିଛି ସୁଫଳ ମିଳିନି । ଓଡ଼ିଶାରେ ସ୍ୱତନ୍ତ୍ର କୀର୍ତ୍ତିମାନ ସୃଷ୍ଟି କରିଥିବା ସୁବର୍ଣ୍ଣପୁର ରାଜପ୍ରାସାଦର ସ୍ଥିତିରେ ସୁଧାର ଆଣିବା ଜରୁରୀ । ଆଉ ଏଥିପାଇଁ ରାଜବାଟୀର ରକ୍ଷାଣାବକ୍ଷେଣ ଉପରେ ଜିଲ୍ଲା ପ୍ରଶାସନ ନଜର ପକାଇବା ଉଚିତ ।