ବାଲେଶ୍ୱର : ବାଲେଶ୍ୱର ନିକଟରେ ଟ୍ରକ ସହ ଧକ୍କା ହେଲା ବସ୍ । ବସ୍ ହେଲପର ଗୁରୁତର । କଲିକତାରୁ ଆସୁଥିବା ଖାନ ନାମକ ବସ ବାଲେଶ୍ୱର ସୁନାକଣିଆ ନିକଟରେ ଛିଡା ହୋଇଥିବା ଆଙ୍ଗେଲ ବୋଝେଇ ଟ୍ରକକୁ ଧକା ଦେଇଥିଲା । ଟ୍ରକରେ ଥିବା ଆଙ୍ଗେଲ ଡ୍ରାଇଭର ନିକଟରେ ବସିଥିବା ହେଲପର ଛାତିରେ ଗଳିଯାଇଥିଲା ।
ହେଲପରକୁ ତୁରନ୍ତ ବାଲେଶ୍ୱର ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-13-11h49m59s243.png)