ଦେଶର ୨୨ଟି ରାଜ୍ୟରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ଆଶଙ୍କା : ତାଲିକାରେ ଅଛି ଓଡ଼ିଶା, ସତର୍କ ରହିବା ପାଇଁ ଚେତାବନୀ

Advertisment
ମଧ୍ୟରାତ୍ରିରେ ଝଡ଼ବାତ୍ୟାର ସମ୍ଭାବନା ! ଭାରତୀୟ ପାଣିପାଗ ବିଭାର ସତର୍କ ସୂଚନା । ୯ ରାଜ୍ୟ ସହ ଓଡ଼ିଶାର ଏହି ସବୁ ସ୍ଥାନରେ ପଡ଼ିବ ପ୍ରଭାବ ।

କନକ ବ୍ୟୁରୋ : ଦେଶରେ ପୁଣି ଥରେ କେରଳ ପରି ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି । କେବଳ ବର୍ଷା ନୁହେଁ ପ୍ରବଳ ଝଡ଼ତୋଫାନର ମଧ୍ୟ ଆଶଙ୍କା ରହିଛି । ଦେଶର ୨୨ ଟି ରାଜ୍ୟରେ ପ୍ରବଳ ଝଡ଼ତୋଫାନ ହେବା ସହ ବର୍ଷାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏମଡ଼ିଏମ ଶୁକ୍ରବାର ଦିନ ସୂଚନା ଦେଇଛି ୨୨ ଟି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆଶଙ୍କା କରିଛନ୍ତି । ବର୍ଷା ସହ ଶନିବାର ପର୍ଯ୍ୟନ୍ତ ଓଡ଼ିଶା, ଛତିଶଗଡ଼, ଓ ଝାଡ଼ଖଣ୍ଡ ପରି ରାଜ୍ୟ ଗୁଡ଼ିକର ଆଭ୍ୟନ୍ତରୀଣ ଅଂଚଳରେ ୨୫ରୁ ୩୦ କିମି ପ୍ରତି ଘଂଟାରୁ ନେଇ ୪୫ କିମି ପ୍ରତି ଘଂଟା ବେଗରେ ପବନ ବହିବ । ଏଥିପାଇଁ ସତର୍କ ରହିବାକୁ ସୂଚନା ଦେଇଛି ପାଣିପାଗ ବିଭାଗ ।

publive-image

ପାଣିପାଗ ବିଭାଗ ଅନୁସାରେ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ଆସମା, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଚଣ୍ଡିଗଡ଼, ମିଜୋରାମ, ତ୍ରିପୁରା, ଦିଲ୍ଲୀ, ହିମାଚଳ, ପୂର୍ବ ରାଜସ୍ଥାନ, ତେଲେଙ୍ଗାନା ଆଦି ରାଜ୍ୟରେ ପ୍ରବଳ ବର୍ଷା ସହ ଝଡ଼ତୋଫାନର ଶତ ପ୍ରତିଶତ ସମ୍ଭାବନା ରହିଛି ।

publive-image

ଉପରୋକ୍ତ ରାଜ୍ୟ ଗୁଡ଼ିକର ଲୋକମାନେ ସତର୍କ ରୁହନ୍ତୁ ବୋଲି ଚେତାବୀ ଦିଆଯାଇଛି । ପାଖରେ ପ୍ରାଥମିକ ସ୍ୱାସ୍ଥ୍ୟ କିଟ୍, ଟର୍ଚ୍ଚ, ପାଣି, ଖାଦ୍ୟ ପଦାର୍ଥ ରଖିବା ପାଇଁ ପରାମର୍ଶ ଦିଆଯାଉଛି । ବନ୍ୟା ପ୍ରଭାବିତ ଅଂଚଳରେ ଛୋଟ ପିଲାଙ୍କୁ ଜଳାଶୟ ପାଖରୁ ଦୂରେଇ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe