ଏନସିପି ଜାରି କଲା ପ୍ରାର୍ଥୀ ତାଲିକା ! ପୁଣି ଥରେ ବାରାମତୀ ଲୋକସଭା ଆସନରୁ ଲଢ଼ିବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା

Advertisment
ଏନସିପି ଜାରି କଲା ପ୍ରାର୍ଥୀ ତାଲିକା ! ପୁଣି ଥରେ ବାରାମତୀ ଲୋକସଭା ଆସନରୁ ଲଢ଼ିବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା

https://www.bhaskarhindi.com/

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଟିକେଟ ନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏବେ କସରତ୍ ଜାରି ରଖିଛନ୍ତି । କାହାକୁ ମିଳିବ ଲୋକସଭା ଟିକେଟ । ଏବେ ସବୁଦଳ ତରଫରୁ ତୁହାକୁ ତୁହା ବୈଠକ ବସୁଛି । ଆଉ ଦିନେ ଦୁଇ ଦିନ ଭିତରେ ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀ ତାଲିକା ଜାରି କରିଦେବେ ବୋଲି ଆଶା କରାଯାଉଛି । ପୂର୍ବରୁ ସପା ଓ ଟିମଏସି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛିି । ଆଜି ଏନସିପି ମଧ୍ୟ ଲୋକସଭା ପ୍ରାର୍ଥୀ ତାଲିକା ଜାରି କରିଛି । ତାଲିକାରେ ୧୦ ଜଣଙ୍କ ନାଁ ସାମିଲ ରହିଛି ।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଲୋକସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ତାଲିକା ଅନୁସାରେ ଶରଦ ପାୱାରଙ୍କ ଝିଆ ସୁପ୍ରିୟା ସୁଲେ ପୁଣି ଥରେ ବାରାମତୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । ରାୟଗଡ଼ରୁ ସୁନୀଲ ତଟକରେ, ବାରାମତୀ ଆସନରୁ ସୁପ୍ରିୟା ସୋଲେ, ସାତାରରୁ ଉଦୟ ନରାଜେ ଭୋସଲେ, କ୍ଲୋହାପୁରରୁ ଧନଞ୍ଜୟ ମହାଡ଼ିକ, ଜଲଗାବରୁ ଗୁଲାବରାଦ ଦେବକର, ପରଭଣୀରୁ ରାଜେଶ ବେଟିକର, ମଚମାଇ ଉତ୍ତର ପୂର୍ବରୁ ସଞ୍ଜୟ ଦୀନା ପାଟିଲ, ଥାନେରୁ ଆନନ୍ଦ ପରାଂଜପେ, କଲ୍ୟାଣରୁ ବାବାଜୀ ପାଟିଲ , ଲକ୍ଷାଦ୍ୱୀପରୁ ମହମ୍ବଦ ଫୈଜଲ, ହାଥକଙ୍ଗଲେ ଲୋକସଭା ଆସନରୁ ସ୍ୱାଭିମାନ ଶେତକରିଙ୍କୁ ଟିକେଟ ଦିଆଯାଇଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ଶରଦ ପାୱାର ସ୍ପଷ୍ଟ କରିଥିଲେ । ଶରଦ ପାୱାର ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ପରିବାରର ଦୁଇ ଜଣ ସଦସ୍ୟ ୨୦୧୯ ନିର୍ବାଚନରେ ମଇଦାନକୁ ଓଲହାଉବାରୁ ନିର୍ବାଚନ ଲଢ଼ିବେନି ବୋଲି କହିଥିଲେ ଶରଦ ପାୱାର । ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ୪୮ ଲୋକସଭା ଆସନରେ ଏନସିପି କଂଗ୍ରେସ ସହ ମେଂଟ କରି ନିର୍ବାଚନ ଲଢ଼ିବ । କଂଗ୍ରେସ ୨୬ଟି ଆସନରେ ଓ ଏନସିପି ୨୨ ଟି ଆସନରେ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଛି । ଏନସିପି-କଂଗ୍ରେସ ମେଂଟର ମୁକାବିଲା ଭାଜପା-ଶିବସେନା ମେଂଟ ସହ ହେବ । ମହାରାଷ୍ଟ୍ରରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ୪ଟି ପର୍ଯ୍ୟାୟରେ ୧୧,୧୮,୨୩ ୨୯ରେ ମହାରାଷ୍ଟ୍ରରେ ଭୋଟିଂ ହେବ ଏବଂ ୨୩ରେ ଫଳାଫଳା ପ୍ରକାଶ ପାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe