କନକ ବ୍ୟୁରୋ : ଅପହରଣର ୪ ଦିନ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ନାବାଳିକା । ହେଲେ ଅପହରଣକାରୀଙ୍କ ଟେର ମଧ୍ୟ ପାଇଲା ନାହିଁ ପୋଲିସ । ଆଉ ଦୁଇ ଦିନ ପରେ ଏବେବି ଖାଲି ରହିଛି ପୋଲିସର ହାତ । ନୟାଗଡ ଜିଲ୍ଲା ବଉଳସାହିର ଏମିତି ଏକ ଘଟଣା ସାଧାରଣରେ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ ।
ଗତ ୨୦ ତାରିଖରେ ବଉଳସାହିର ଜଣେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀ କୋଚିଂ ସାରି ଘରକୁ ଫେରୁଥିବା ବେଳେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ରାସ୍ତାରୁ ଉଠାଇ ନେଇଥିବାର ଅଭିଯୋଗ ହୋଇଥିଲା । ଘଟଣାରେ ପୋଲିସ ୪ ଦିନ ଧରି ତନାଘନା କରିଥିଲେ ମଧ୍ୟ ସଂପୃକ୍ତ ଛାତ୍ରୀଙ୍କ ଟେର ପାଇନଥିଲା ।
ତେବେ ଗତ ଦୁଇ ଦିନ ତଳେ ସଂପୃକ୍ତ ନାବାଳିକା ଉଦ୍ଧାର ହୋଇଥିଲେ । ପୋଲିସ ଗୁରୁତର ଥିବା ନାବାଳିକାର ଚିକିତ୍ସା କରାଇବା ପରେ ଘରକୁ ପଠାଇ ଦେଇଥିଲା । ହେଲେ ପୁରା ଅପହରଣ ଘଟଣା ଉପରୁ ଆଜି ବି ପର୍ଦା ହଟାଇ ପାରିନାହିଁ ପୋଲିସ । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-27-13h17m37s598.png)