ମାଓବାଦୀଙ୍କ ମୁହଁରେ ମାସ୍କ : ମାସ୍କ ପିନ୍ଧି ଆତ୍ମସମର୍ପଣ କଲେ ଜଣେ କ୍ୟାଡର ମାଓବାଦୀଙ୍କ ସମେତ ୭ ମାଓ ସମର୍ଥକ

441

କନକ ବ୍ୟୁରୋ : ମାସ୍କ ପିନ୍ଧି ମାଓବାଦୀଙ୍କ ଆତ୍ମସମର୍ପଣ । ମାସ୍କ ପିନ୍ଧି ଆତ୍ମସମର୍ପଣ କଲେ ଜଣେ କ୍ୟାଡର ମାଓବାଦୀଙ୍କ ସମେତ ୭ ମାଓ ସମର୍ଥକ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଗତ ୩ ବର୍ଷ ଧରି ସକ୍ରିୟ ଥିବା ସାମ୍ବା ଖରା ଓରଫ ରଣଦେବ ଆଜି ମାଲକାନଗିରି ଏସ.ପି ଓ ବି.ଏସ.ଏଫ ଆଡିସନାଲ ଡିଆଜିଙ୍କ ନିକଟରେ ଆତ୍ମସମର୍ପଣ କରି ଲାଲ ସଙ୍ଗଠନରୁ ବିଦାୟ ନେଇଛନ୍ତି ।

ସାମ୍ବା ଆନ୍ଦ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟି ଅନ୍ତର୍ଗତ ପେଦାବାଇଲୁ ଏଲ.ଓ.ଏସରେ ପାର୍ଟି ମେମ୍ବର ଭାବେ ସକ୍ରିୟ ଥିଲା । ସେ ମାଓବାଦୀଙ୍କ ମିଲିଟାରି ପ୍ଲାଟୁନର ସଦସ୍ୟ ଭାବେ କାମ କରୁଥିଲେ । ପାର୍ଟି ମେମ୍ବର ପାହ୍ୟାର ସାମ୍ବାର ଘର ମାଲକାନଗିରି ଜିଲ୍ଲାର ଲୁଚ୍ଛାପାଣି ଗ୍ରାମରେ।

୨୦୧୮ ଆନ୍ଧ୍ର ଆରକୁ ବିଧାୟକଙ୍କୁ ହତ୍ୟା ସମେତ ବହୁ ହିଂସା କାଣ୍ଡରେ ସାମିଲ ଥିଲେ ସାମ୍ବା । ତାଙ୍କ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା । ଗତ କିଛି ଦିନ ପୂର୍ବେ ସ୍ୱାଭିମାନ ଅଂଚଳ ସ୍ଥିତ ଦାର୍ଲାବେଡା ଠାରେ ନୂତନ ବି.ଏସ.ଏଫ କ୍ୟାମ୍ପ ସ୍ଥାପନ ସହ ଅଞ୍ଚଳର ବିକାଶମୂଳକ କାମ ଦେଖି ସାମ୍ବା ସମେତ ୭ ମାଓ ସମର୍ଥକ ଓ ମିଲିସିୟା ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ।