କନକ ବ୍ୟୁରୋ : ମାଲକାନଗିରିରେ ମୁହାଁମୁହିଁ ହେଲେ ଯବାନ ଓ ମାଓବାଦୀ  । ଉଭୟ ପକ୍ଷର ଗୁଳିବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି, ଏବଂ ଜଣେ ଯବାନ ଗୁରୁତର ହୋଇଛନ୍ତି । ଖଇଇପୁଟ କଦମ୍ବଗୁଡା ଜଙ୍ଗଲରେ ମାଓକ୍ୟାମ୍ପ ଉପରେ ଯବାନମାନେ ଚଢ଼ାଉ କରିବା ସମୟରେ ଏହି ଗୁଳିବିନିମୟ ହୋଇଛି ।

Advertisment

ଜଙ୍ଗଲ ଭିତରେ ମାଓକ୍ୟାମ୍ପ ଚାଲିଥିବା ଖବର ପାଇଁ ଚଢ଼ାଉ କରିଥିଲା ଡିଭିଏଫ ଯବାନ । ଏହାପରେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ ମାଓବାଦୀ । ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ମାଓବାଦୀ ନିହତ ହୋଇଛି । ଘଟଣାସ୍ଥଳରୁ ଗୋଟିଏ ଏସଏଲଆର, ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସମେତ ଗୁଳିଗୋଳା ଜବତ କରାଯାଇଛି ।  ଗୁଳି ବିନିମୟ ଶେଷ ହେଲେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।