ସୁକମା ନକ୍ସଲ ଆକ୍ରମଣ ଘଟଣା : ସହିଦ ପରିବାରଙ୍କୁ କୋଟିଏ ଟଙ୍କାର ସହାୟତା ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ

26

କନକ ବ୍ୟୁରୋ : ସହିଦଙ୍କ ପରିବାରକୁ ମିଳିବ ୧କୋଟିର ଅନୁକମ୍ପା ରାଶି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଗତକାଲି ଛତିଶଗଡ ସୁକମାରେ ମାଓବାଦୀଙ୍କ ଅମ୍ବୁସ୍ ଆକ୍ରମଣରେ ୧୨ଜଣ ଯବାନ ସହୀଦ ହୋଇଥିଲେ ଏବଂ ୪ ଜଣ ଗୁରୁତର ଆହତ ହୋଇ ରାୟପୁରରେ ଚିକିତ୍ସାଧିନ ଅଛନ୍ତି । ମାଓବାଦୀଙ୍କ ଆକ୍ରମଣ ଖବର ପାଇବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀରୁ ସିଧା ରାୟପୁର ଆସି ସ୍ଥିତିର ଅନୁଧ୍ୟାନ କରିଥିଲେ । ଡାକ୍ତରଖାନା ଗସ୍ତ କରି ସେଠାରେ ଚିକିତ୍ସିତ ହେଉଥିବା ଯବାନଙ୍କୁ ଭେଟିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।