ସମୂଦ୍ର ରାସ୍ତା ଦେଇ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ ! ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଥିବା ସୂଚନା ଦେଲେ ନୌସେନା ମୁଖ୍ୟ

295

କନକ ବ୍ୟୁରୋ : ଭାରତରେ ଆତଙ୍କବାଦୀଙ୍କ ଆକ୍ରମଣ ବଢ଼ିବାରେ ଲାଗିଛି । ଆଉ ଏହି ଆକ୍ରମଣ ପଛରେ ଶତ୍ରୁଦେଶ ପାକିସ୍ତାନ ମୁଖ୍ୟ ଖଳନାୟକ ସାଜିଛି । ନିଜ ଦେଶରେ ଆତଙ୍କବାଦୀଙ୍କୁ ଜାଗା ଦେବା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଛି ପାକିସ୍ତାନ । ଏଥିପାଇଁ ବିଶ୍ୱସ୍ତରରେ ଅନେକ ସମୟରେ ଟାର୍ଗେଟକୁ ଆସିଲେ ମଧ୍ୟ ସୁଧୁରୁନି ପାକିସ୍ତାନ । ବର୍ତ୍ତମାନ ସମୟରେ ଭାରତରେ ବର୍ତ୍ତମାନ ବିଭିନ୍ନ ଉପାୟରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି ଆତଙ୍କବାଦୀ ।

ସୂଚନାଯୋଗ୍ୟ ଭାରତରେ ପୁଲୱାମା ଆକ୍ରମଣ ପରେ ଜେଶର ଆତଙ୍କବାଦୀ ଶିବର ଉପରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ କରିଥିଲା । ଆଉ ତା’ପର ଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି । ପାକିସ୍ତାନ ପଟୁ ପ୍ରତିଦିନ ଗୁଳିବର୍ଷଣ ହେଉଛି । ପୂର୍ବରୁ ଅନେକ ଆତଙ୍କବାଦୀ ଆକ୍ରମଣ ପରି ପୁଲୱାମା ଆକ୍ରମଣରେ ଜୈଣର ହାତ ଥିବା ସ୍ୱଷ୍ଟ ହୋଇଥିଲା । ହେଲେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈଶ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କ ସପକ୍ଷରେ ମତଦେଉଛି । ପାକିସ୍ତାନ ଆତଙ୍କବାଦୀଙ୍କୁ ସଧାସିଳଖ ସାହାଯ୍ୟ କରୁଥିବା ସ୍ପଷ୍ଟ ହେଉଛି ।

ତେବେ ଏହାକୁ ନେଇ ନୌସେନା ମୁଖ୍ୟ ଏଡ଼ମିରଲ ସୁନୀଲ ଲାମ୍ବା ମଧ୍ୟ ପାକିସ୍ତାନକୁ ଟାର୍ଗେଟ କରିଛି । ସେ କହିଛନ୍ତି ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ପାଇଁ ଭାରତର ବହୁତ କ୍ଷତି ସହୁଛି । ଏହାସହ ସେ କହିଛନ୍ତି ସୂଚନା ମିଳିି ଆତଙ୍କବାଦୀ ଏବେ ସମୁଦ୍ର ରାସ୍ତାରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି । ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି ।

ଭାରତୀୟ ନୌସେନା ମୁଖ୍ୟଙ୍କ ଅନନୁସାରେ ଭାରତ ଏକ ଦେଶର ପାଇଁ ଗଭୀର ରୂପେ କ୍ଷତି ସହୁଛି । ପୁଲୱାମା ଆକ୍ରମଣ ଏହାର ସ୍ପଷ୍ଟ ଉଦାହରଣ । ଭାରତୀୟ ଯବାନମାନେ ଅକାରଣରେ ପ୍ରାଣ ହରାଉଛନ୍ତି । ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ଭିନ୍ନ ଉପାୟରେ ଆକ୍ରମଣ କିରବା ପାଇଁ ଚେଷ୍ଟା କରୁଛନ୍ତି । ଆଉ ଏବେ ସମୂଦ୍ର ରାସ୍ତା ଦେଇ ଭାରତ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ ।