ଏୟାରଷ୍ଟ୍ରାଇକକୁ ନେଇ ନବଜୋତ ସିଂ ସିଦ୍ଧୁଙ୍କ ପ୍ରଶ୍ନ ! କହିଲେ, ଆତଙ୍କୀ ମାରିବା ପାଇଁ ଯାଇଥିଲେ ନା ଗଛ ଉପାଡ଼ିଲେ ? 

629

କନକ ବ୍ୟୁରୋ : ବାଲାକୋଟ ଏୟାରଷ୍ଟ୍ରାଇକରେ ମୃତ ଆତଙ୍କବାଦୀଙ୍କ ସଂଖ୍ୟାକୁ ସେଇ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପୁଣି ପ୍ରଶ୍ନ କରିଛନ୍ତି । ଗତକାଲି ବିଜେପି ରାଷ୍ଟିଅୟ ଅଧକ୍ଷ୍ୟ ପାକିସ୍ତାନରେ ଭାରତୀୟ ବାୟୁସେନା ୨୫୦ ଆତଙ୍କବାଦୀଙ୍କୁ ମାରିଛନ୍ତି ବୋଲି ବୟାନ ଦେବାପେରେ ଏହି ବିବାଦ ଉପୁଜିଛି । ସିଦ୍ଧୁ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ବିଭିନ୍ନ ମିଡ଼ିଆ ରିପୋର୍ଟର ସ୍କ୍ରିନସଟ୍ ସେୟାର କରିଛି । ସିଦ୍ଧୁ ଟ୍ୱିଟ କରି କହିଛନ୍ତି ଏୟାର ଷ୍ଟ୍ରାଇକର ଲକ୍ଷ୍ୟ କ’ଣ ଥିଲା ? ୩୦୦ ଆତଙ୍କବାଦୀ ମାରିବା ପାଇଁ ଯାଇଥିଲେ ନା ଗଛ ଉପାଡ଼ିବା ପାଇଁ । ବିଦେଶୀ ଶତ୍ରୁଙ୍କ ସହ ଲଢିବା ନାରେ ଆମମାନଙ୍କ ସହ ଛଳନା ହୋଇଛି । ସେନାର ରାଜନୀତିକରଣ କରାନଯାଉ ବୋଲି ମଧ୍ୟ ସିଦ୍ଧୁ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ମୃତ ଆତଙ୍କବାଦୀଙ୍କ ସଂଖ୍ୟାକୁ ନେଇ ପ୍ରଶ୍ନ କରିଥିଲେ । ଏହାସହ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ କହିଥିଲେ, ଆମେରିକା ଯେଉଁପରି ଓସାମା ବିନ ଲାଦେନର ବିରୋଧରେ ପ୍ରମାଣ ଦେଇଥିଲା, ଆମକୁ ମଧ୍ୟ ସେହିପରି ଏୟାର ଷ୍ଟ୍ରାଇକର ପ୍ରମାଣ ଦରକାର । ସୂଚନାଯୋଗ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପାକିସ୍ତାନ ମାଟିରେ ପଶି ଜୈଶ-ଏ-ମହମ୍ମଦର ଅନେକ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଦେଇଥିଲା । ଯେଉଁଥିଲେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ପ୍ରଥମେ ସୂଚନା ମିଳିଥିଲା । ତେବେ ଏନେଇ ଭାରତୀୟ ବାୟୁସେନା କୌଣସି ତଥ୍ୟ ଜାରିକରିନାହିଁ ।

ଆଜି ବାୟୁସେନା ମୁଖ୍ୟ କହିଛନ୍ତି ମୃତ୍ୟୁସଂଖ୍ୟା ଗଣିବା ଆମର କାମ ନୁହେଁ । ଆତଙ୍କୀ ଠିକଣାକୁ ଟାର୍ଗେଟ କରିବା ଆମର କାମ ଥିଲା ।  ଯଦି ଜଙ୍ଗଲରେ ଆକ୍ରମଣ ହୋଇଛି ସେମାନେ ପ୍ରତିଆକ୍ରମଣ କଲେ କାହିଁକି ବୋଲି  ବାୟୁସେନା ମୁଖ୍ୟ କହିଛନ୍ତି ।  ଆମେ ଯେଉଁ ଲକ୍ଷ୍ୟ ସ୍ଥିର କରିଥିଲୁ ତାହା ପୂରଣ ହୋଇଛି । ଯୋଜନା ଅନୁସାରେ ଏଫ-୧୬କୁ ଟାର୍ଗେଟ କରାଯାଇଥିଲା । ଏଥିରେ ଆମେ ସଫଳ ହୋଇଛୁ । ପାକିସ୍ତାନ ବିରୋଧରେ ଆମ ଅପରେସନ ସରିନାହିଁ ।