ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କୁ ଟିକେଟ ଦେଲାନି କଂଗ୍ରେସ ! ବାଜି ମାରିନେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପବନ ବଂଶଲ 

259

କନକ ବ୍ୟୁରୋ : ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଲାନି କଂଗ୍ରେସ । ଚଣ୍ଡୀଗଡ଼ ଲୋକସଭା ଆସନରୁ ପତ୍ନୀଙ୍କ ପାଇଁ ଟିକେଟ ମାଗିଥଇଲେ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ଏହି ଲୋକସଭା ସିଟରୁ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଥିଲେ ନବଜୋର କୌର । ପତ୍ନୀଙ୍କ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ପାଖରେ ଅପିଲ କରିଥିଲେ ସିଦ୍ଧୁ । ହେଲେ ସିଦ୍ଧୁଙ୍କ ଅପିଲକୁ ନାମଞ୍ଜୁର କରିଦେଲା ଦଳ । ସିଦ୍ଧୁ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଛନ୍ତି । ତେଣୁ ଶୀର୍ଷ ନେତବୃନ୍ଦ ସିଦ୍ଧୁ ଦମ୍ପତ୍ତିଙ୍କ ଉପରେ ନାରାଜ ଅଛନ୍ତି ।

ଟିକେଟ ନମିଳିବା ପରେ ନବଜୋତ କୌର କହିଛନ୍ତି, ମୁଁ ନିରାଶ ହୋଇନାହିଁ । ଚଣ୍ଡୀଗଡ଼ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ ମଧ୍ୟ ଦଳର ନିଷ୍ପତିକୁ ସର୍ବୋପରି । ଖୁବ ଶୀଘ୍ର ଦଳର ପ୍ରଚାର ଅଭିଯାନରେ ସାମିଲ ହେବୁ । ପୁରା ଦେଶରେ ନବଜୋତ ସିଂ ସିଦ୍ଧୁ ଓ ପଞ୍ଜାବରେ ମୁଁ ଦଳ ପାଇଁ ପ୍ରଚାର କରିବି ।  ଦଳ ସହ ଅଛି ଓ ସବୁବେଳେ ଦଳ ସହ ରହିବି । ଟିକେଟ ଦେବା ନଦେବା ହାଇମାଣ୍ଡଙ୍କ ନିଷ୍ପତ୍ତି ।  ସୂଚନାଯୋଗ୍ୟ କଂଗ୍ରେସ ଆଜି ୯ ଜଣ ପ୍ରାର୍ଥୀଙ୍କୁ ଟିକେଟ ଘୋଷଣା କାରିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ପବନ ବଂସଲଙ୍କୁ ଚଣ୍ଡୀଗଡ଼ରୁ ପ୍ରାର୍ଥୀ କରିଛି ଦଳ ।