ବାଲିଯାତ୍ରାକୁ ଜାତୀୟ ପର୍ବ ମାନ୍ୟତା ଦାବି : କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କନକ ବ୍ୟୁରୋ : ବାଲିଯାତ୍ରାକୁ ଜାତୀୟ ପର୍ବ ମାନ୍ୟତା ଦାବି ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲିଯାତ୍ରାକୁ ଜାତୀୟ ପର୍ବ ମାନ୍ୟତା ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ବାଲିଯାତ୍ରା ବା ବୋଇତ ବନ୍ଦାଣ ଉତ୍ସବ ବହୁ ଦିନରୁ କଟକରେ ପାଳନ ହୋଇଆସୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଓଡ଼ିଆ ସାଧବ ପୁଅଙ୍କ ସାମୁଦ୍ରିକ ଯାତ୍ରାକୁ ମନେପକାଇବା ପାଇଁ ଏହି ଉତ୍ସବକୁ ପାଳନ କରାଯାଉଛି । ଓଡ଼ିଆ ସାଧବ ପୁଅମାନେ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଯାଇ ସେଠାରେ ଉଭୟ ବେପାର ଓ ସଂସ୍କୃତିର ଆଦାନପ୍ରଦାନ କରୁଥିଲେ ।
ଓଡିଶା ନୌବାଣିଜ୍ୟ କାରବାରର ପ୍ରତୀକ ହେଉଛି ବାଲିଯାତ୍ରା । ବାଲିଯାତ୍ରା ଓଡିଆ ଲୋକଙ୍କ ଭାବାବେଗ ସହ ଜଡିତ । ତେଣୁ ଏହି ଉତ୍ସବକୁ ନ୍ୟାସନାଲ ମେରିଟାଇମ ହେରିଟେଜ ଫେଷ୍ଟିଭାଲର ମାନ୍ୟତା ଦେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ହେଲେ ଆମର ଭବିଷ୍ୟତ ପିଢ଼ି ପ୍ରେରଣା ପାଇବେ ବୋଲି ନବୀନ ଲେଖିଛନ୍ତି ।