ଓଡିଆ ସହିଦ ଯବାନଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ ! ଦୁଇ ପରିବାରକୁ ଜଣାଇଲେ ସମବେଦନା

Advertisment
ଓଡିଆ ସହିଦ ଯବାନଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ  ! ଦୁଇ ପରିବାରକୁ ଜଣାଇଲେ ସମବେଦନା

କନକ ବ୍ୟୁରୋ : ସହିଦ ଓଡିଆ ଯବାନଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ଓଡିଆ ସହିଦ ପରିବାରଙ୍କ ସହ ନବୀନ ପଟ୍ଟନାୟକ କଥାହୋଇଛନ୍ତି । ସହିଦଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ପୁଲୱାମା ଆକ୍ରମଣରେ ଦୁଇଜଣ ଓଡିଆ ବୀର ସହିଦ ହୋଇଛନ୍ତି । ସେମାନେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲ୍ଲାର ରତନପୁର ଗାଁର ମନୋଜ ବେହେରା । ଗତକାଲି ଆତଙ୍କବାଦୀ ହମଲାରେ ଏହି ଦୁଇ ଓଡିଆ ବୀର ସହିଦ ହୋଇଛନ୍ତି । ପ୍ରସନ୍ନ ସିଆରପିଏଫର ୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ ।

ଗତରାତି ପ୍ରାୟ ୧୨ଟାରୁ ଗୋଟାଏ ଭିତରେ ନାଉଗାଁ ଥାନାଙ୍କ ପ୍ରସନ୍ନଙ୍କ ସହିଦ୍ ହେବା ଖବର ଆସିଥିଲା । ତାପରେ ପୋଲିସ ଏହି ଖବର ପ୍ରସନ୍ନଙ୍କ ଘରେ ଜଣାଇଥିଲା । ଆଜି ତାଙ୍କ ମରଶରୀର ଆସିବ ବୋଲି ଜଣାପଡିଛି । ଏହି ଖବର ପାଇବା ପରେ ତାଙ୍କ ଜନ୍ମମାଟି ଶିଖର ଗାଁରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।ସେହିପରି ନିଆଳି ରତନପୁର ଗାଁର ମନୋଜ ବେହେରା ପୁଲୱାମା ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଛନ୍ତି । ସେ ମାତ୍ର କିଛି ଦିନ ତଳେ ଗାଁକୁ ଆସି ଫେରିଥିଲେ । ଏହି ଖବର ଆସିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମନୋଜଙ୍କ ଦୁଇବର୍ଷର ଝିଅ ଅଛି । ମନୋଜଙ୍କୁ ଗାଁ ଲୋକେ ଝୁରୁଛନ୍ତି । ୨୦୦୬ରେ ସେ ସିଆରପିଏଫରେ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe